ଔଷଧ ନିର୍ମାଣ ଲାଇସେନ୍ସ ନେବା ପୂର୍ବରୁ କେନ୍ଦ୍ରୀୟ ଲାଇସେନ୍ସିଂ ପ୍ରାଧିକରଣର ଅନୁମତି ବାଧ୍ୟତାମୂଳକ
ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)- ଆଂଟିମାଇକ୍ରୋବିଆଲ୍ ଔଷଧର ଗୁଣବତା, ସୁରକ୍ଷା ଓ ପ୍ରଭାବଶୀଳତା ସୁନିଶ୍ଚିତ କରିବା ସହ ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ (ଏଏମ୍ଆର)ର ଆହ୍ୱାନର ମୁକାବିଲା କରିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନୂତନ ଡ୍ରଗ୍ସ ଏବଂ କ୍ଲିନିକାଲ୍ ଟ୍ରାଏ
ଔଷଧ ନିର୍ମାଣ ଲାଇସେନ୍ସ ନେବା ପୂର୍ବରୁ କେନ୍ଦ୍ରୀୟ ଲାଇସେନ୍ସିଂ ପ୍ରାଧିକରଣର ଅନୁମତି ବାଧ୍ୟତାମୂଳକ


ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)- ଆଂଟିମାଇକ୍ରୋବିଆଲ୍ ଔଷଧର ଗୁଣବତା, ସୁରକ୍ଷା ଓ ପ୍ରଭାବଶୀଳତା ସୁନିଶ୍ଚିତ କରିବା ସହ ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ (ଏଏମ୍ଆର)ର ଆହ୍ୱାନର ମୁକାବିଲା କରିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନୂତନ ଡ୍ରଗ୍ସ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ନିୟମ, ୨୦୧୯ରେ ସଂଶୋଧନ ପ୍ରସ୍ତାବ ଦେଇଛି। ଏହା ଅନୁଯାୟୀ ନିୟମ ୨(୧)(ଡବ୍ଲ୍ୟୁ)(ଭି)ରେ ଦିଆଯାଇଥିବା ‘ନୂତନ ଔଷଧ’ର ସଂଜ୍ଞାରେ ଆଂଟିମାଇକ୍ରୋବିଆଲ୍କୁ ମଧ୍ୟ ସାମିଲ କରାଯିବ।

ଏହି ସମ୍ପର୍କରେ ମନ୍ତ୍ରଣାଳୟ ୬ ନଭେମ୍ବରରେ ଖସଡ଼ା ଗେଜେଟ୍ ବିଜ୍ଞପ୍ତି ଜିଏସ୍?ଆର୍ ୯୮୩ (ଇ) ଜାରି କରିଛି। ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ଆଂଟିମାଇକ୍ରୋବିଆଲ୍ ଔଷଧକୁ ନୂତନ ଔଷଧ ପାଇଁ ପ୍ରଯୁଜ୍ୟ ନିୟାମକ ବ୍ୟବସ୍ଥାର ଅଧୀନକୁ ଆଣିବା, ଯାହାଦ୍ୱାରା ଏହାର ନିର୍ମାଣ ଓ ଗୁଣବତା ଉପରେ କେନ୍ଦ୍ରୀୟ ସ୍ତରରେ ପ୍ରଭାବଶାଳୀ ନିରୀକ୍ଷଣ ସୁନିଶ୍ଚିତ ହୋଇପାରିବ।

ମନ୍ତ୍ରଣାଳୟ ଅନୁଯାୟୀ, ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ବିଶ୍ୱସ୍ତରରେ ଜନସ୍ୱାସ୍ଥ୍ୟ ପାଇଁ ଏକ ଗମ୍ଭୀର ଆହ୍ୱାନ ହୋଇଛି। ଏହି ସମସ୍ୟାର ମୁକାବିଲା ପାଇଁ ସମନ୍ୱିତ ପ୍ରୟାସ ଆବଶ୍ୟକ। ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାରେ ମଧ୍ୟ ‘ୱାନ୍ ହେଲ୍ଥ’ ଦୃଷ୍ଟିକୋଣ ଅଧୀନରେ ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସର ମୁକାବିଲା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଂଟିମାଇକ୍ରୋବିଆଲ୍ ଉତ୍ପାଦର ନିର୍ମାଣ ଲାଇସେନ୍ସ ପର୍ଯ୍ୟାପ୍ତ ନିୟାମକ ଯାଂଚ ବିନା ଜାରି କରାଯାଉଥିବା ନେଇ ଚିନ୍ତା ପ୍ରକାଶ କରିଛି। ଏଥିରେ ଜୈବ ଉପଲବ୍ଧତା ଓ ଜୈବ ସମତୁଲ୍ୟତା (ବାୟୋଆଭେଲାବିଲିଟି/ବାୟୋଇକ୍ୱିଭାଲେନ୍ସ) ଏବଂ ସ୍ଥିରତା (ଷ୍ଟାବିଲିଟି) ପରି ଆବଶ୍ୟକ ଅଧ୍ୟୟନର ଅଭାବ ମଧ୍ୟ ସାମିଲ ରହିଛି। ଏହି ପରୀକ୍ଷଣଗୁଡ଼ିକର ଅଭାବରେ ଔଷଧର ଗୁଣବତା, ସୁରକ୍ଷା ଓ ପ୍ରଭାବଶୀଳତା ପ୍ରଭାବିତ ହୋଇପାରେ।

ମନ୍ତ୍ରଣାଳୟର କହିବା ଅନୁଯାୟୀ, ନିମ୍ନମାନର କିମ୍ବା ପ୍ରଭାବହୀନ ଆିଂମାଇକ୍ରୋବିଆଲ୍ ଔଷଧର ବ୍ୟବହାର ଦ୍ୱାରା ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ବିକଶିତ ହେବା ଓ ବ୍ୟାପିବାର ବିପଦ ବଢ଼ିପାରେ। ଏହା ରୋଗୀଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ।

ପ୍ରସ୍ତାବିତ ସଂଶୋଧନ ଲାଗୁ ହେବା ପରେ ଆଂଟିମାଇକ୍ରୋବିଆଲ୍ ଔଷଧ ନିର୍ମାତାମାନେ ସମ୍ପୃକ୍ତ ରାଜ୍ୟ ଲାଇସେନ୍ସିଂ ପ୍ରାଧିକରଣଙ୍କଠାରୁ ନିର୍ମାଣ ଲାଇସେନ୍ସ ପାଇଁ ଆବେଦନ କରିବା ପୂର୍ବରୁ କେନ୍ଦ୍ରୀୟ ଲାଇସେନ୍ସିଂ ପ୍ରାଧିକରଣ (ସିଏଲ୍ଏ)ର ଅନୁମତି ନେବାକୁ ପଡ଼ିବ। ଏହାଦ୍ୱାରା ଏହି ଔଷଧଗୁଡ଼ିକର ନିର୍ମାଣ ଉପରେ କେନ୍ଦ୍ରୀୟ ନିୟାମକ ନିରୀକ୍ଷଣ ଅଧିକ ସୁଦୃଢ଼ ହେବ ଏବଂ ସେମାନଙ୍କର ଗୁଣବତା, ସୁରକ୍ଷା ଓ ପ୍ରଭାବଶୀଳତା ସୁନିଶ୍ଚିତ କରିବାରେ ସହାୟତା ମିଳିବ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande