ଅମିତ ଶାହଙ୍କ ହାଇଦ୍ରାବାଦ ରାଲି: ଇଭିଏମ୍ ବିବାଦ ଓ ସଂସଦର ସ୍ୱତନ୍ତ୍ର ଅଧିବେଶନର ଆହ୍ୱାନ
ହାଇଦ୍ରାବାଦ, ୦୨ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ସହରରେ ପଦଯାତ୍ରା କରିବା ପରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଭୋଟ ଚୋରି ଏବଂ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ତ୍ରୁଟି ଥିବା ଅଭିଯୋଗକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ତ
हैदराबाद की सभा में एक एकजुटता दिखाते अमित शाह और अन्य नेता


ହାଇଦ୍ରାବାଦ, ୦୨ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ସହରରେ ପଦଯାତ୍ରା କରିବା ପରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଭୋଟ ଚୋରି ଏବଂ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ତ୍ରୁଟି ଥିବା ଅଭିଯୋଗକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଥିଲେ। ବିରୋଧୀଙ୍କ ରାମଲୀଳା ରାଲିରେ କରାଯାଇଥିବା ଦାବିଗୁଡ଼ିକୁ ଖଣ୍ଡନ କରି ଶାହ ପ୍ରଶ୍ନ କରିଥିଲେ ଯେ, ଯଦି ଭୋଟିଂ ମେସିନ୍ରେ ହେରଫେର ହୋଇଥିଲା, ତେବେ କଂଗ୍ରେସ ତେଲଙ୍ଗାନା, କେରଳ, ହିମାଚଳ ପ୍ରଦେଶ ଓ ତାମିଲନାଡୁରେ କିପରି ସରକାର ଗଠନ କଲା?

ସେ ବିରୋଧୀଙ୍କୁ ବିଧାନସଭା ଓ ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି ନକରି ଭୋଟର ତାଲିକା ସଂଶୋଧନ, ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଏବଂ ଅନୁପ୍ରବେଶକାରୀଙ୍କ ସମେତ ସମସ୍ତ ବିବାଦୀୟ ପ୍ରସଙ୍ଗ ଉପରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା କରିବାକୁ ଆହ୍ୱାନ ଦେଇଥିଲେ। ଏହାଛଡ଼ା ୧୩ କୋଟି ଭୋଟରଙ୍କ ନାମ ହଟାଯାଇଥିବା ଦାବିକୁ ଖଣ୍ଡନ କରି ଶାହ କହିଥିଲେ ଯେ, ୬ କୋଟିରୁ ଅଧିକ ଭୋଟର ଅନ୍ୟ ସ୍ଥାନକୁ ଚାଲିଯାଇଥିଲେ ଏବଂ ପ୍ରାୟ ୩ କୋଟି ମୃତ ବ୍ୟକ୍ତିଙ୍କ ନାମ ଥିଲା। ଜାଲି ଭୋଟିଂ ରୋକିବା ପାଇଁ ଏହି ନାମଗୁଡ଼ିକୁ ହଟାଇବା ଆବଶ୍ୟକ ଥିଲା।

ସଂସଦୀୟ ଉତର ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ଦେଶର ଭୋଟରମାନେ କଂଗ୍ରେସର ନିରାଧାର ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି।

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ସୋମବାର ‘ଇଣ୍ଡିଆ’ ମେଂଟ ପକ୍ଷରୁ ଚାଲିଥିବା ଏସଆଇଆର୍ ବିରୋଧୀ ଅଭିଯାନର ମୁକାବିଲା ପାଇଁ ବିଜେପିର ଦେଶବ୍ୟାପୀ ଅଭିଯାନ ଅନ୍ତର୍ଗତ ହାଇଦ୍ରାବାଦରେ ‘ମହା ପଦଯାତ୍ରା’ର ନେତୃତ୍ୱ ନେଇଥିଲେ। ସହରର କେନ୍ଦ୍ରସ୍ଥଳ ବଶୀରବାଗରେ ବାବୁ ଜଗଜୀବନ ରାମଙ୍କ ପ୍ରତିମୂର୍ତି ନିକଟରୁ ସେ ଦଳର ଅନେକ ନେତା ଓ ହଜାର ହଜାର କର୍ମୀଙ୍କ ସହ ପଦଯାତ୍ରା ଆରମ୍ଭ କରିଥିଲେ।

ଜାତୀୟ ପତାକା ଧରି ଅମିତ ଶାହ କେନ୍ଦ୍ରୀୟ ମନ୍ତ୍ରୀ ଜି. କିଶନ ରେଡ୍ଡୀ, ବନ୍ଦୀ ସଞ୍ଜୟ କୁମାର, ତେଲଙ୍ଗାନା ବିଜେପି ଅଧ୍ୟକ୍ଷ ଏନ୍. ରାମଚନ୍ଦ୍ର ରାଓ, ଦଳର ସାଂସଦ, ବିଧାୟକ, ବିଧାନ ପରିଷଦ ସଦସ୍ୟ ଓ ଅନ୍ୟ ନେତାଙ୍କ ସହ ପଦଯାତ୍ରା କରିଥିଲେ। ‘ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ’ ସ୍ଲୋଗାନ ସହ ଆୟୋଜିତ ୧.୫ କିଲୋମିଟର ଲମ୍ବା ପଦଯାତ୍ରା ମୋଜ୍ଜାମ ଜାହି ମାର୍କେଟରେ ଶେଷ ହୋଇଥିଲା। ସେଠାରେ ଅମିତ ଶାହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।

----------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande