ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର, 02 ନଭେମ୍ବର (ହି.ସ.)ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଆଠ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ରବି ଶଙ୍କରଙ୍କ ନେତୃତ୍ୱରେ ଆସିଛି ଏହି ଟିମ୍। ଆସନ୍ତାକାଲି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଟିମ
ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍


ଭୁବନେଶ୍ୱର, 02 ନଭେମ୍ବର (ହି.ସ.)ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଆଠ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ରବି ଶଙ୍କରଙ୍କ ନେତୃତ୍ୱରେ ଆସିଛି ଏହି ଟିମ୍। ଆସନ୍ତାକାଲି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଟିମ୍ ସହ କେନ୍ଦ୍ରୀୟ ଟିମ୍ର ବୈଠକ ହେବ। ବୈଠକ ପରେ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବ। ବାତ୍ୟା ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବାରୁ ଏହାର ବିସ୍ତୃତ ଆକଳନ କରାଯିବ। ବୈଠକ ପରେ କ୍ଷୟକ୍ଷତିର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande