ଜମି କ୍ଷତିପୂରଣ ଟଙ୍କା ମଞ୍ଜୁର ପାଇଁ ୫ ଲକ୍ଷ ଲାଂଚ, ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ
ସମ୍ବଲପୁର, ୦୨ ନଭେମ୍ବର(ହି.ସ.) – ଜମି ଅଧିଗ୍ରହଣ ବାବଦୀୟ କ୍ଷତିପୂରଣ ଅର୍ଥ ମଞ୍ଜୁର କରିବା ସହ ଭବିଷ୍ୟତରେ ତୃତୀୟ ରେଳ ଲାଇନ ପ୍ରକଳ୍ପରେ ଜମି ଅଧିଗ୍ରହଣ ସମୟରେ ଅନୁକୂଳ ସହଯୋଗ କରିବା ପ୍ରତିଶ୍ରୁତିରେ ଲାଂଚ ଦାବି କରି ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ରେଳ ଲାଇନ ଦୋହରୀକରଣ ପ
ଜମି କ୍ଷତିପୂରଣ ଟଙ୍କା ମଞ୍ଜୁର ପାଇଁ ୫ ଲକ୍ଷ ଲାଞ୍ଚ, ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ


ସମ୍ବଲପୁର, ୦୨ ନଭେମ୍ବର(ହି.ସ.) – ଜମି ଅଧିଗ୍ରହଣ ବାବଦୀୟ କ୍ଷତିପୂରଣ ଅର୍ଥ ମଞ୍ଜୁର କରିବା ସହ ଭବିଷ୍ୟତରେ ତୃତୀୟ ରେଳ ଲାଇନ ପ୍ରକଳ୍ପରେ ଜମି ଅଧିଗ୍ରହଣ ସମୟରେ ଅନୁକୂଳ ସହଯୋଗ କରିବା ପ୍ରତିଶ୍ରୁତିରେ ଲାଂଚ ଦାବି କରି ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡନାୟକ। ସୂଚନାନୁଯାୟୀ ଜଣେ ଜମି ମାଲିକଙ୍କୁ ଜମି ଅଧିଗ୍ରହଣ ବାବଦରେ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କାର କ୍ଷତିପୂରଣ ଅର୍ଥ ମଞ୍ଜୁର କରିବା ପାଇଁ ଅଭିଯୁକ୍ତ ଅଧିକାରୀ ଗଡ଼ନାୟକ ୫ ଲକ୍ଷ ୧୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ। ଗତ ୨୭ ତାରିଖରେ ସେ ୨ ଲକ୍ଷ ଉକେôାଚ ଟଙ୍କା ଗ୍ରହଣ କରିଥିବା ବେଳେ ବକେୟା ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବାକୁ ଦାବି କରିଥିଲେ। ଏପରିକି ଅବଶିଷ୍ଟ ଟଙ୍କା ନଦେଲେ ଭବିଷ୍ୟତରେ ତୃତୀୟ ରେଳ ଲାଇନ ପ୍ରକଳ୍ପରେ ଜମି ଅଧିଗ୍ରହଣ ସମୟରେ ସହାୟତା ବଦଳରେ ସମସ୍ୟା ସୃଷ୍ଟି କରିବାକୁ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଅଧିକାରୀ ଗଡ଼ନାୟକଙ୍କ ଏଭଳି ଚାପରେ ଅତିଷ୍ଠ ହୋଇ ଜମି ମାଲିକ ଜଣଙ୍କ ବାଧ୍ୟ ହୋଇ ଜିଲ୍ଲା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଯୋଜନା ବଦ୍ଧ ଭାବେ ପ୍ରଛଦପଟରେ ରହିଥିବା ବେଳେ ଜମି ମାଲିକ ଜଣଙ୍କ ଠାରୁ ଅଭିଯୁକ୍ତ ଅଧିକାରୀ ଅଜୟ କୁମାର ଗଡ଼ନାୟକ ବକେୟା ୩ ଲକ୍ଷ ୧୦ ହଜାର ଉକେôାଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଟଙ୍କା ସହ ଅଜୟ ଗଡ଼ନାୟକଙ୍କୁ ଧରିଥିଲା। ଘଟଣା ସ୍ଥଳରୁ ଭିଜିଲାନ୍ସ ସ୍ୱାର୍ଡ ଗଡ଼ନାୟକଙ୍କ ନିକଟରୁ ଲାଂଚ ଟଙ୍କା ୩ ଲକ୍ଷ ୧୦ ହଜାର ଟଙ୍କା ମଧ୍ୟ ତୁରନ୍ତ ଜବତ କରିଥିଲେ। ଏହାପରେ ଆୟବର୍ହିଭୂତ ସମ୍ପତି ଦିଗରୁ ଅଭିଯୁକ୍ତ ଅଧିକାରୀ ଗଡ଼ନାୟକଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ତଲାସି ଜାରୀ ରହିଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ୨୦/୨୬ରେ ଏକ ମାମଲା ରୁଜୁ ହେବାସହ, ଦୁର୍ନୀତି ନିବାରଣ(ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande