

ବଲାଙ୍ଗିର, ୨୦ ନଭେମ୍ବର (ହି.ସ.) - ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ଆଜି ବିଶ୍ୱ ଦର୍ଶନ ଦିବସ ପାଳନ ଅବସରରେ କୃତ୍ରିମ ବୁଦ୍ଧିମତା ଯୁଗରେ ଗଠନମୂଳକ ଅସମାନତା ଓ ହିଂସା' ଶୀର୍ଷକ ଏକ ଶୈକ୍ଷିକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ ବିଭାଗର ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ କୃତ୍ରିମ ବୁଦ୍ଧିମତାର ବର୍ଶିତ ପ୍ରଭାବ ଏବଂ ଏହାର ସାମାଜିକ, ନୈତିକ ଓ ଦାର୍ଶନିକ ଦିଗ ଉପରେ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ତଥା ସହଯୋଗୀ ପ୍ରାଧ୍ୟାପକ ଡଃ ରାଜକିଶୋର ପାତ୍ର ନିଜ ବକ୍ତବ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗବେଷଣା, ଯୋଗାଯୋଗ ଓ ଆଧୁନିକ ଜୀବନର ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବର୍ଶିତ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ମାନବ ବିକାଶ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରୁଥିବା ବେଳେ ଏହାର ଅବିବେକପୂର୍ଣ୍ଣ ଓ ଅନିୟଦ୍ୱିତ ବ୍ୟବହାର ବିଦ୍ୟମାନ ସାମାଜିକ ଅସମାନତାକୁ ଆହୁରି ଗଭୀର କରିପାରେ। ତେଣୁ ଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ସୁପରିଚାଳନା ପାଇଁ ସରକାର, ନୀତି ନିର୍ଦ୍ଧାରକ ଏବଂ ବ ନିର୍ମାତାମାନେ ଆବଶ୍ୟକ ପଦକ୍ଷେପ ନେବା ଉଚିତ, ଯାହାଦ୍ୱାରା ଏହି ପ୍ରଯୁକ୍ତି ମାନବଜାତିର କଲ୍ୟାଣରେ ନିୟୋଜିତ ହୋଇପାରିବ । ସହକାରୀ ପ୍ରାଧ୍ୟାପିକା ଡଃ ପଙ୍କଜିନୀ ମୁଲିଆ ବିଭିନ୍ନ ଚଳଚ୍ଚିତ୍ର ମାଧ୍ୟମରେ ଦାର୍ଶନିକ ଚିନ୍ତାଧାରାକୁ ଉପସ୍ଥାପନ କରିବା ସହ ଜଟିଳ ଦାର୍ଶନିକ ଧାରଣାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାରେ ସିନେମାର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ମନୁଷ୍ୟର ଭାବପ୍ରବଣତା, ଅନୁଭୂତି ଓ ସଚେତନ ଚିନ୍ତନ କରିବାର ସ୍ୱତନ୍ତ୍ର କ୍ଷମତା ଉପରେ ଗୁରୁତ୍ୱାରୋପ କରିବା ସହ କୂତ୍ରିମ ବୁଦ୍ଧିମତା ମାନବୀୟ ଅନୁଭୂତି ଓ ଚେତନାକୁ କେତେଦୂର ଅନୁକରଣ କରିପାରିବ, ସେ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତାପନ କରିଥିଲେ । ସହକାରୀ ପ୍ରାଧ୍ୟାପକ ଡଃ ବଂଶୀଧର ଦୀପ ଇଓ ଓ ଗଠନମୂଳକ ଅସମାନତା ମଧ୍ୟରେ ଥିବା ସମ୍ପର୍କ ଉପରେ ଆଲୋଚନା କରିଥିଲେ ଓ ସେ ଆଲଗୋରିବମ୍ରେ ପକ୍ଷପାତ, ତଥ୍ୟ ସଂଗ୍ରହରେ ଥିବା ଅସମାନତା, ଡିଜିଟାଲ୍ ସୁବିଧାର ଅଭାବ ବ୍ୟବସ୍ଥାରୁ ସୃଷ୍ଟି ହେଉଥିବା ଭେଦଭାବ ଉପରେ ଗୁରୁତ୍ୱ ଦେଇଥିଲେ ଓ ଏହି ପ୍ରଯୁକ୍ତି ସାମାଜିକ, ଅର୍ଥନୈତିକ ଓ ଲିଙ୍ଗଗତ ଅସମାନତାକୁ ବଢ଼ାଇବା ସହ ନିୟନ୍ତ୍ରଣ ଓ ଗଠନମୂଳକ ହିଂସାର ନୂତନ ରୂପ ସୃଷ୍ଟି କରିପାରେ ବୋଲି ସେ ସତର୍କ କରାଇଥିଲେ । ଅତିଥି ଅଧ୍ୟାପକ ଡଃ ପ୍ରଶାନ୍ତ ବାନାର୍ଜୀ କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ ଓ ମାନବ ସମାଜ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ନିଜ ମତ ରଖୁଥିଲେ । ଏଆଇର ବିକାଶ ଓ ପ୍ରୟୋଗ କ୍ଷେତ୍ରରେ ମନୁଷ୍ୟର ଯଥାର୍ଥ ନିୟନ୍ତ୍ରଣ ଓ ତଦାରଖ ବଜାୟ ରଖିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ । ଏଥିସହ ଏଆଇ ବ୍ୟବସ୍ଥାକୁ ଅଧିକ ନ୍ୟାୟସଙ୍ଗତ, ନୈତିକ ଓ ଉତରଦାୟୀ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସହକାରୀ ପ୍ରାଧ୍ୟାପକ ଶ୍ରୀ ଜାଭିଅର ଜେସ୍ ଦର୍ଶନଶାସ୍ତ୍ରର ସମସାମୟିକ ପ୍ରାସଙ୍ଗିକତା ଉପରେ ଆଲୋକପାତ କରି କହିଥିଲେ ଯେ ଦର୍ଶନ କେବଳ ଅତୀତର ଚିନ୍ତାଧାରା ଅଧ୍ୟୟନରେ ସୀମିତ ନୁହେଁ; ବରଂ ବର୍ତମାନର ଜଟିଳ ସମସ୍ୟାଗୁଡ଼ିକୁ ସମାଲୋଚନାତ୍ମକ ଦୃଷ୍ଟିରେ ବିଶ୍ଳେଷଣ କରିବା ଏବଂ ଭବିଷ୍ୟତ ପାଇଁ ନୈତିକ ମାର୍ଗଦର୍ଶନ ପ୍ରଦାନ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅତିଥୁ ଅଧ୍ୟାପିକା ସୁଶ୍ରୀ ସୁଭଲକ୍ଷ୍ମୀ ଦାଶ ସମାଜରେ ଗଠନମୂଳକ ଅସମାନତାର ପ୍ରଭାବ ଉପରେ ଆଲୋଚନା କରିଥିଲେ ଓ ସେ ବିଶେଷକରି ସମାଜର ଅବହେଳିତ ଓ ଦୁର୍ବଳ ବର୍ଗଙ୍କ ଉପରେ ନୂତନ ପ୍ରଯୁକ୍ତିର ସମ୍ଭାବ୍ୟ ପ୍ରଭାବ ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ନିଜର ମତ ରଖୁଥିଲେ । ଗବେଷଣା ସହାୟିକା ସୁଶ୍ରୀ ନିହାରିକା ନାୟକ ଇର ସକାରାତ୍ମକ ପ୍ରୟୋଗ ଓ ଏହାର ସମ୍ଭାବ୍ୟ କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ ଓ ତାଙ୍କ ଆଲୋଚନାରେ ମିଥ୍ୟା ସୂଚନାର ପ୍ରସାର, ବ୍ୟକ୍ତିଗତ ଗୋପନୀୟତାର ଉଲଂଘନ, ନିଯୁକ୍ତି କ୍ଷେତ୍ରରେ ପରିବର୍ତ୍ତନ, ପ୍ରଯୁକ୍ତି ଉପରେ ମନୁଷ୍ୟର ବଦ୍ଧିତ ନିର୍ଭରଶୀଳତା ଏବଂ ସ୍ୱାଧୀନ ଚିନ୍ତନ କ୍ଷମତା ହ୍ରାସ ପାଇବାର ସମ୍ଭାବନା ଭଳି ପ୍ରସଙ୍ଗ ସ୍ଥାନ ପାଇଥିଲା ଓ ଏହି ଆଲୋଚନାଚକ୍ର ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତାର ସୁଯୋଗ ଓ ଆହ୍ୱାନଗୁଡ଼ିକ ଉପରେ ଗଭୀର ବୌଦ୍ଧିକ ବିଚାରବିମର୍ଶ ପାଇଁ ଏକ ଉପଯୁକ୍ତ ମଂଚ ସୃଷ୍ଟି ହୋଇଥିଲା। ପ୍ରଯୁକ୍ତିର ଅଗ୍ରଗତି ଯେପରି ସମାବେଶୀ, ଦାୟିତ୍ୱପୂର୍ଣ୍ଣ ଓ ମାନବୀୟ ମୂଲ୍ୟବୋଧ ଆଧାରିତ ହୋଇପାରିବ, ସେଥିପାଇଁ ଦାର୍ଶନିକ ଚିନ୍ତନ ଓ ନୈତିକ ବିଚାରର ଗୁରୁତ୍ୱ ରହିଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଶେଷରେ ସହକାରୀ ପ୍ରାଧ୍ୟାପକ ଶ୍ରୀ ଜାଭିଅର ଜେସ୍ ଧନ୍ୟବାଦ ଅର୍ପଣ କରିଥିଲେ ଓ ସେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ .ା
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ