ଥ୍ରେସର ମେସିନ୍ରେ ହାତ କଟି ଯୁବକ ଗୁରୁତର
ଘଟଗାଁ , ୨୦ ନଭେମ୍ବର (ହି.ସ.) ଧାନ ଅମଳ ସମୟରେ ଥ୍ରେସର ମେସିନ୍ରେ କାମ କରୁଥିବା ବେଳେ ଅଘଟଣ। ଅସାବଧାନତାବଶତଃ ମେସିନ୍ ଭିତରକୁ ହାତ ପଶିଯିବାରୁ ଜଣେ ୩୦ ବର୍ଷୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟ
ଥ୍ରେସର ମେସିନ୍ରେ ହାତ କଟି ଯୁବକ ଗୁରୁତର


ଘଟଗାଁ , ୨୦ ନଭେମ୍ବର (ହି.ସ.)

ଧାନ ଅମଳ ସମୟରେ ଥ୍ରେସର ମେସିନ୍ରେ କାମ କରୁଥିବା ବେଳେ ଅଘଟଣ। ଅସାବଧାନତାବଶତଃ ମେସିନ୍ ଭିତରକୁ ହାତ ପଶିଯିବାରୁ ଜଣେ ୩୦ ବର୍ଷୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତର ନୁସୁରିପଶି ଗ୍ରାମରେ। ଆହତ ଯୁବକ ଜଣକ ହେଲେ ଗ୍ରାମର ଗୋପାଳ ମୁଣ୍ଡାଙ୍କ ପୁଅ ପାକୁଆ ମୁଣ୍ଡା (୩୦)।

ସୂଚନା ଅନୁଯାୟୀ, ପାକୁଆ ବାତ୍ୟା ପ୍ରଭାବକୁ ଦୃଷ୍ଟି ଦେଇ ଗୁରବାର କଟା ଧାନ ଥ୍ରେସର ମେସିନ୍ରେ ଅମଳ କରୁଥିବା ସମୟରେ ହଠାତ୍ ତାଙ୍କ ହାତ ମେସିନ୍ ଭିତରକୁ ଟାଣି ହୋଇଯାଇଥିଲା। ଫଳରେ ତାଙ୍କ ହାତରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ମେସିନ୍ ବନ୍ଦ କରି ତାଙ୍କୁ ଉଦ୍ଧାର କରିଥିଲେ।

ପରେ ତାଙ୍କୁ ଚିକିତ୍ସା ପାଇଁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande