ମାରଣାସ୍ତ୍ର ଦେଖାଇ ଡକାୟତି ମାମଲା, ୭ ଦିନ ବିତିଲା ପୋଲିସ ହାତ ଖାଲ
ଜୟପୁର, ୨୦ ନଭେମ୍ବର (ହି.ସ.) - ଜୟପୁର ସହରରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଡକାୟତି ହୋଇଥିବା ନେଇ ଗତ ୧୪ ତାରିଖରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଭିତି କରି ପୋଲିସ ମାମଲା ରୁଜୁ କରି ତଦ୍ୱ୍ତ ଆରମ୍ଭ କରିଛି । ମାମଲାର ୭ ଦିନ ବିତି ଫାଇଥିଲେ ବି ପୋଲିସ ହାତ ଖାଲି । ଗତ ୧୩ ତାରିଖ ବି
ମାରଣାସ୍ତ୍ର ଦେଖାଇ  ଡକାୟତି ମାମଲା, ୭ ଦିନ ବିତିଲା ପୋଲିସ ହାତ ଖାଲ


ଜୟପୁର, ୨୦ ନଭେମ୍ବର (ହି.ସ.) - ଜୟପୁର ସହରରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଡକାୟତି ହୋଇଥିବା ନେଇ ଗତ ୧୪ ତାରିଖରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଭିତି କରି ପୋଲିସ ମାମଲା ରୁଜୁ କରି ତଦ୍ୱ୍ତ ଆରମ୍ଭ କରିଛି । ମାମଲାର ୭ ଦିନ ବିତି ଫାଇଥିଲେ ବି ପୋଲିସ ହାତ ଖାଲି । ଗତ ୧୩ ତାରିଖ ବିଳମ୍ବିତ ରରାତ୍ର ରେ ଜୟପୁର ସହର ଲିଙ୍ଗରାଜ ନଗର ୧୭ ଲମ୍ବର ଲାଇରେ ସତ୍ୟ ନାରାୟଣ ଦଳାଇ ଙ୍କ ଘରେ ଡକାୟତି ହୋଇଥିଲା । ପ୍ରଥମ ମହଲାରେ ସତ୍ୟ ନାରାୟଣ ରହୁଥିବା ବେଳେ ଉପର ମହଲାରେ ପୁ୍ଅ ବହୁ ରହୁଥିଲେ । ରାତ୍ର ସମୟରେ ଦୁବୁର୍ତ ମାନେ କବାଟ ପିଟି ଘର ଭତିରେ ପଶିଥିଲେ । ଦୁର୍ବୁତମାନେ ସତ୍ୟ ନାରାୟଣ ଙ୍କୁ କାବୁ କରି ହାତଗୋଡ ବାନ୍ଧି ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ । ଉପର ମହଲାରୁ ପୁଅ ବହୁ ଆସି ବାରୁ ବହୁ ଓ ପୁଅକୁ ମାଡ ମାରିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ଏକ ସ୍ଥାନରେ ବନ୍ଦକ ରଖି ଲୁଟ କରିଥିଲେ । ଦୁର୍ବୁତଙ୍କ ଆକ୍ରମଣରେ ସତ୍ୟ ନାରାୟଣଙ୍କ ଆଖିରେ ଆଘାତ ଲାଗିଥିବା ବେଳେ ପୁଅ, ବହୁ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଦୁର୍ବୁତମାନେ ପ୍ରାୟ ଦେଢ ଘଂଟା ରହି ଆତଙ୍କ ଖେଳାଇଥିଲେ । ଘର ଭିତରେ ୫ ଜଣ ଦୁର୍ବୁତ ପସିଥିବା ବେଳେ ବାହାରେ ଜଣେ ଦୁର୍ବତ ଅପେକ୍ଷା କରିଥିଲା । ଦୁର୍ବୁତ ମାନେ ସିସି ଟିଭିର ହାଡଡେକ୍ସକୁ ଲୁଟ କରି ଘରର ସମସ୍ତ ଆସବା ପତ୍ରକୁ ଏଣେ ତେଣେ ଭିଙ୍ଗିବାସହ ୩ଟି ଆଲମାରି କୁ ଭାଙ୍ଗି ଦେଇଥିଲେ । ଦର୍ବୁତମାନେ ଘରେ ଥିବା ୧୮ ଲକ୍ଷରୁ ଉଦ୍ଧ ଟଙ୍କା , ୪ଶହ ଗ୍ରାମର ସୁନା ଗହଣା, ଅଧା କିଲୋ ଓଜନର ପୁଜା ଘରେ ଥିବା ରୁପା ଜିନିଷ ଲୁଟ କରିଥିଲେ । ଲୁଟର ହୋଇଥିବା ସୁଚନା ଗହଣ ଟଙ୍କାର ଆନୁମନିକ ମୁଲ୍ୟ ୧ କୋଟି ଟଙ୍କାରୁ ଉଦ୍ଧ ହେବ ବୋଲି ପରିବାର ଲେକୋ ସୁଚନା ଦେଇଛନ୍ତି । ଦୁର୍ବୁତ ମାନେ ପାଚେରି ଡେଇଁ ଘର ଭିତରେ ପଶିଥିଲେ । ପରେ ଦୁର୍ବୁତ ମାନେ ଯିବା ପରେ ୧୧୨ ରେ ପୋଲିସକୁ ସତ୍ୟ ନାରାୟଣ ସୁଚନା ଦେଇଥିଲେ। ଟାଉନ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ସାଇଂଟିଫିଟ ଟିମ ତଦନ୍ତ କରି ଫେରିଛି । ଏନେଇ ଜୟପୁର ଟାଉନ ଥାନାରେ ସତ୍ୟ ନାରାୟଣ ଙ୍କ ସାନ ପୁଅ ଦେବି ପ୍ରସାଦ ଦଳାଇ ଲିଖିତ ଅଭିଯୋଗ କରିଥିଲେ । ବର୍ତମାନ ପରିବାର ଭିତରେ ଭୟର ବାତା ବରଣ ଦେଖାଯାଇଛି । ତୁରନ୍ତ ଦୁର୍ବୁତଙ୍କୁ ଗିରଫ କରିବା ସହ ଲୁଟ ସୁନା ଟଙ୍କାକୁ ଜବତ କରିବାକୁ ଦାବି କରିଛନ୍ତି । ବାର ବାର ଜୟପୁର ସହରରେ ଚୋରି, ଡକାୟିତ ହୋଉଥିବାରୁ ବିଜେଡି ତରଫରୁ ଥାନା ଘେରାଉ କରି ଧାରଣା ଦେଇଥିଲେ । ତୁରନ୍ତ ପୋଲିସ ତରଫରୁ ଡକାୟିତ ମାମଲାରେ ଜଡିତ ଥିବା ଦୁର୍ବୁତ ମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande