ମଧ୍ୟପ୍ରଦେଶର ଉଜ୍ଜୟିନୀରେ ହେଲା ହରି-ହର ମିଳନ, ରୂପା ପାଲିଙ୍କିରେ ଗୋପାଳ ମନ୍ଦିରରେ ପହଞ୍ଚିଲେ ମହାକାଳ
ତୁଳସୀ ଓ ବିଲ୍ୱପତ୍ର ମାଳାରେ ହେଲା ସୃଷ୍ଟିର ସଞ୍ଚାଳନ ଦାୟିତ୍ୱ ହସ୍ତାନ୍ତର, ଏହି ଅଦ୍ଭୁତ ମିଳନର ସାକ୍ଷୀ ହେଲେ ହଜାର ହଜାର ଶ୍ରଦ୍ଧାଳୁ ଉଜ୍ଜୟିନୀ, ୨୨ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ରବିବାର ମଧ୍ୟରାତ୍ରିରେ ଶୈବ ଓ ବୈଷ୍ଣବ ପରମ୍ପରାର ଏକ ଅଦ୍ଭୁତ ସଙ
उज्जैन में गोपाल मंदिर में हुआ हरि-हर मिलन का अद्भुत दृश्य


गोपाल मंदिर जाते हुए महाकाल की सवारी


ତୁଳସୀ ଓ ବିଲ୍ୱପତ୍ର ମାଳାରେ ହେଲା ସୃଷ୍ଟିର ସଞ୍ଚାଳନ ଦାୟିତ୍ୱ ହସ୍ତାନ୍ତର, ଏହି ଅଦ୍ଭୁତ ମିଳନର ସାକ୍ଷୀ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଉଜ୍ଜୟିନୀ, ୨୨ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ରବିବାର ମଧ୍ୟରାତ୍ରିରେ ଶୈବ ଓ ବୈଷ୍ଣବ ପରମ୍ପରାର ଏକ ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳିଥିଲା। ଭଗବାନ ମହାକାଳ ରୂପା ପାଲିଙ୍କିରେ ବିରାଜମାନ ହୋଇ ରାଜକୀୟ ଠାଣିରେ ଗୋପାଳ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଭଗବାନ ଦ୍ୱାରକାଧୀଶ ଓ ବାବା ମହାକାଳଙ୍କ ମଧ୍ୟରେ ହରି-ହର ମିଳନ ହୋଇଥିଲା। ଏହି ଅଦ୍ଭୁତ ମିଳନର ସାକ୍ଷୀ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ।

ଧର୍ମନଗରୀ ଉଜ୍ଜୟିନୀରେ ରବିବାର ରାତିରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ହରି ଓ ହରଙ୍କ ମିଳନର ଅନନ୍ୟ ପରମ୍ପରା ପାଳନ କରାଯାଇଥିଲା। ରବିବାର ରାତି ୧୧ଟାରେ ମହାକାଳ ମନ୍ଦିରରୁ ବାହାରିଥିବା ଶୋଭାଯାତ୍ରା ମହାକାଳ ଛକ, ଗୁଦରୀ ବଜାର ଓ ପଟନୀ ବଜାର ଦେଇ ଗୋପାଳ ମନ୍ଦିରରେ ପହଞ୍ଚିଥିଲା। ଶୋଭାଯାତ୍ରାର ସମଗ୍ର ମାର୍ଗରେ ଶ୍ରଦ୍ଧାଳୁମାନେ ପୁଷ୍ପବୃଷ୍ଟି କରି ଭଗବାନଙ୍କୁ ସ୍ୱାଗତ କରିଥିଲେ। ଭଗବାନଙ୍କ ଆଗମନ ପୂର୍ବରୁ ଲୋକମାନେ ରାସ୍ତାରେ ଫୁଲ ବିଛାଇ ଅପେକ୍ଷା କରିଥିବା ଦେଖାଯାଇଥିଲା। ଆତସବାଜି ଉପରେ କଟକଣା ସତ୍ତ୍ୱେ ଅନେକ ସ୍ଥାନରେ ବ୍ୟାପକ ଭାବେ ବାଣ ଫୁଟାଯାଇଥିଲା। ପ୍ରଶାସନ ପକ୍ଷରୁ ହିଙ୍ଗୋଟ୍ ଥିବା ବାଣ ଉପରେ କଟକଣା ଲଗାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ପାଇଁ ସମଗ୍ର ମାର୍ଗରେ ବହୁ ସଂଖ୍ୟାରେ ପୁଲିସ ବଳ ମୁତୟନ କରାଯାଇଥିଲା।

ରାତି ୧୨ଟାରେ ବାବା ମହାକାଳଙ୍କ ଶୋଭାଯାତ୍ରା ଗୋପାଳ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ଭଗବାନ ଦ୍ୱାରକାଧୀଶ ଓ ବାବା ମହାକାଳଙ୍କ ମଧ୍ୟରେ ହରି-ହର ମିଳନ ହୋଇଥିଲା। ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଉଭୟ ଦେବତାଙ୍କର ବିଶେଷ ପୂଜା ଓ ଅଭିଷେକ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଭଗବାନ ମହାକାଳ ବିଷ୍ଣୁଙ୍କୁ ବିଲ୍ୱପତ୍ରର ମାଳା ଅର୍ପଣ କରିଥିବା ବେଳେ ଭଗବାନ ଦ୍ୱାରକାଧୀଶ ମହାକାଳଙ୍କୁ ତୁଳସୀ ମାଳା ପିନ୍ଧାଇଥିଲେ। ଏହା ସହିତ ଚାରି ମାସ ଧରି ଭଗବାନ ଶିବଙ୍କ ନିକଟରେ ରହିଥିବା ସୃଷ୍ଟିର ସଞ୍ଚାଳନ ଦାୟିତ୍ୱ ପୁନର୍ବାର ଭଗବାନ ବିଷ୍ଣୁଙ୍କୁ ହସ୍ତାନ୍ତର କରାଯିବାର ପ୍ରତୀକାତ୍ମକ ବିଧି ସମ୍ପନ୍ନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande