ଆସନ୍ତାକାଲି କଂଗ୍ରେସର ଦେଶବ୍ୟାପୀ ‘ସମ୍ବିଧାନ ରକ୍ଷା ମାର୍ଚ୍ଚ’
ନୂଆଦିଲ୍ଲୀ, ୨୫ ନଭେମ୍ବର (ହି.ସ.)। ମତଦାତା ତାଲିକାରେ କଥିତ ଅନିୟମିତତା ଏବଂ ମତଦାନ ଅଧିକାରରୁ ବଞ୍ଚିତ କରାଯିବା ଅଭିଯୋଗକୁ ନେଇ କଂଗ୍ରେସ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଅବସରରେ ସାରା ଦେଶରେ ‘ସମ୍ବିଧାନ ରକ୍ଷା ମାର୍ଚ୍ଚ’ ଆୟୋଜନ କରିବାକୁ ଘୋଷଣା କରିଛି। ଦଳର ମହାସଚିବ (ସଂଗଠନ) କେ.ସି. ବେ
कांग्रेस महासचिव (संगठन) केसी वेणुगोपाल (फाइल फोटो)।


ନୂଆଦିଲ୍ଲୀ, ୨୫ ନଭେମ୍ବର (ହି.ସ.)। ମତଦାତା ତାଲିକାରେ କଥିତ ଅନିୟମିତତା ଏବଂ ମତଦାନ ଅଧିକାରରୁ ବଞ୍ଚିତ କରାଯିବା ଅଭିଯୋଗକୁ ନେଇ କଂଗ୍ରେସ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଅବସରରେ ସାରା ଦେଶରେ ‘ସମ୍ବିଧାନ ରକ୍ଷା ମାର୍ଚ୍ଚ’ ଆୟୋଜନ କରିବାକୁ ଘୋଷଣା କରିଛି।

ଦଳର ମହାସଚିବ (ସଂଗଠନ) କେ.ସି. ବେଣୁଗୋପାଳ ମଙ୍ଗଳବାର ଏକ ବିବୃତିରେ କହିଛନ୍ତି ଯେ, ସମସ୍ତ ପ୍ରଦେଶ କଂଗ୍ରେସ କମିଟି ନିଜ ନିଜ ରାଜ୍ୟରେ ବ୍ୟାପକ ସ୍ତରରେ ଏହି ମାର୍ଚ୍ଚ ଆୟୋଜନ କରିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲକ୍ଷ୍ନୌରେ ଏହି ମାର୍ଚ୍ଚରେ ସାମିଲ ହେବେ। ଏଥିରେ ଛାତ୍ରଛାତ୍ରୀ, ଯୁବକ, କୃଷକ, ଶ୍ରମିକ, ମହିଳା, ଦଳିତ, ଆଦିବାସୀ, ଅନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ନାଗରିକ ସମାଜର ସଦସ୍ୟମାନଙ୍କୁ ସାମିଲ ହେବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ବେଣୁଗୋପାଳ କହିଛନ୍ତି ଯେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ୍ ଚୋରି ସମ୍ପର୍କିତ ଦସ୍ତାବିଜ୍ଭିତ୍ତିକ ପ୍ରମାଣ ଦେଶ ସମ୍ମୁଖରେ ରଖିଛନ୍ତି। ସେ କର୍ଣ୍ଣାଟକର ମହାଦେବପୁରାରେ ଜାଲ୍ ଓ ଦ୍ୱିତୀୟ ଥର ନାମ ପଞ୍ଜୀକରଣ, ଆଲାନ୍ଦରେ ହଜାର ହଜାର ପ୍ରକୃତ ମତଦାତାଙ୍କ ନାମ ହଟାଇବା ପାଇଁ ସୁନିୟୋଜିତ ଉଦ୍ୟମ ଏବଂ ହରିୟାଣା ସମେତ ଅନ୍ୟ ରାଜ୍ୟରେ ଗମ୍ଭୀର ଅନିୟମିତତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାଗୁଡ଼ିକ ମତଦାତା ତାଲିକାରେ ବ୍ୟାପକ ହେରଫେର ହୋଇଥିବା ଦିଗକୁ ସୂଚାଉଛି। ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗ ନିରପେକ୍ଷ ତଦନ୍ତ କରାଇବା ପରିବର୍ତ୍ତେ ଏହି ନିଷ୍କର୍ଷଗୁଡ଼ିକୁ ଖାରଜ କରିଦେଇଛନ୍ତି। ବିରୋଧୀ ଦଳ ନେତାଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିବା ସହ ତଦନ୍ତକାରୀ ସଂସ୍ଥାଗୁଡ଼ିକ ମାଗିଥିବା ତଥ୍ୟ ମଧ୍ୟ ସେୟାର କରିନାହାନ୍ତି।

କଂଗ୍ରେସ ମହାସଚିବ କହିଛନ୍ତି ଯେ, ବିହାର ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ନିର୍ବାଚନ ଆୟୋଗ ମତଦାତା ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଆରମ୍ଭ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏହି ପ୍ରକ୍ରିୟା ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏବଂ ତୃତୀୟ ପର୍ଯ୍ୟାୟରେ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳକୁ ପହଞ୍ଚିଛି। ଏହାର ଘୋଷିତ ଉଦ୍ଦେଶ୍ୟ ମତଦାତା ତାଲିକାକୁ ଶୁଦ୍ଧ ଓ ତ୍ରୁଟିମୁକ୍ତ କରିବା ହୋଇଥିଲେ ମଧ୍ୟ ଏହାର ପ୍ରଭାବରେ ନାଗରିକମାନଙ୍କୁ ନିଜର ମତଦାନ ଯୋଗ୍ୟତା ପ୍ରମାଣ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande