ଆଜି କର୍ଣ୍ଣାଟକର କଲବୁର୍ଗୀ ଗସ୍ତରେ ରାଜନାଥ ସିଂହ, ବିଶାଳ ପଦଯାତ୍ରାରେ ହେବେ ସାମିଲ, ଜନସଭାକୁ କରିବେ ସମ୍ବୋଧିତ
କଲବୁର୍ଗୀ, ୨୫ ନଭେମ୍ବର (ହି.ସ.)। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କର୍ଣ୍ଣାଟକର କଲବୁର୍ଗୀ ଗସ୍ତ କରିବେ। ସେ ଅପରାହ୍ଣ ୩ଟାରେ ସହରର ନଗରେଶ୍ୱର ସ୍କୁଲଠାରୁ ଜଗତ ସର୍କଲ ପର୍ଯ୍ୟନ୍ତ ଆୟୋଜିତ ବିଶାଳ ପଦଯାତ୍ରାରେ ସାମିଲ ହେବେ। ଏହାପରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ। ଭୋଟର ତାଲିକାର ସ୍ୱ
ರಾಜನಾಥ ಸಿಂಗ್ ಫೈಲ್ ಪೋಟೋ


କଲବୁର୍ଗୀ, ୨୫ ନଭେମ୍ବର (ହି.ସ.)। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କର୍ଣ୍ଣାଟକର କଲବୁର୍ଗୀ ଗସ୍ତ କରିବେ। ସେ ଅପରାହ୍ଣ ୩ଟାରେ ସହରର ନଗରେଶ୍ୱର ସ୍କୁଲଠାରୁ ଜଗତ ସର୍କଲ ପର୍ଯ୍ୟନ୍ତ ଆୟୋଜିତ ବିଶାଳ ପଦଯାତ୍ରାରେ ସାମିଲ ହେବେ। ଏହାପରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ।

ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସଆଇଆର) ସପକ୍ଷରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଦେଶବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ଚାଲିଛି। ଏହି ଅଭିଯାନ ଅନ୍ତର୍ଗତ କଲବୁର୍ଗୀରେ ଏକ ବିଶାଳ ପଦଯାତ୍ରାର ଆୟୋଜନ କରାଯାଇଛି।

ରାଜନାଥ ସିଂହ ପ୍ରଥମ ଥର ପାଇଁ କଲବୁର୍ଗୀ ଗସ୍ତରେ ଆସୁଛନ୍ତି। ତାଙ୍କ ସହ ବିଜେପିର ରାଜ୍ୟ ସଭାପତି ବି.ୱାଇ. ବିଜୟେନ୍ଦ୍ରଙ୍କ ସମେତ ଦଳର ଅନେକ ପ୍ରମୁଖ ନେତା ମଧ୍ୟ ଏହି ପଦଯାତ୍ରାରେ ସାମିଲ ହେବେ। ସିଂହ ଏକ୍ସରେ ସୂଚନା ସେୟାର କରି କହିଛନ୍ତି ଯେ, ସେ ନଭେମ୍ବର ୨୫ ତାରିଖରେ କଲବୁର୍ଗୀରେ ଆୟୋଜିତ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ପଦଯାତ୍ରାରେ ସାମିଲ ହେବା ସହ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ସେ ଉତ୍ସାହ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande