
ଭୁବନେଶ୍ୱର,୦୫ ନଭେମ୍ବର (ହି.ସ.) - ଭୁବନେଶ୍ୱର ଶିଶୁଭବନ-ମାଉସୀମା ଓଭରବ୍ରିଜ୍ ରେ ଘଟିଥିବା ଗୁଳିକାଣ୍ଡ ଓ ହତ୍ୟା ଘଟଣାରେ କମିଶନରେଟ୍ ପୋଲିସ ପକ୍ଷରୁ ତ୍ୱରିତ ତଦନ୍ତ କରାଯାଇ ଘଟଣାରେ ସମ୍ପୃକ୍ତ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତ ମାନଙ୍କ ଠାରୁ ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ୭.୬୫ ଏମ୍.ଏମ୍. ପିସ୍ତଲ ଓ ଜୀବନ୍ତ ଗୁଳି , ଗୋଟିଏ ଖାଲି କାର୍ଟ୍ରିଜ୍ ଓ ଅନ୍ୟାନ୍ୟ ପ୍ରମାଣ ସାମଗ୍ରୀ ଜବତ ହୋଇଛି। ଏହା ବ୍ୟତୀତ ଘଟଣାରେ ବ୍ୟବହୃତ ସୁଜୁକି ଆକ୍ସେସ୍ ସ୍କୁଟର ଜବତ କରିଛି କମିଶନରେଟ୍ ପୋଲିସ୍।
ପୋଲିସ୍ କମିଶନର ଏସ. ଦେବଦତ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା