
ନୂଆଦିଲ୍ଲୀ, ୦୯ ଅକ୍ଟୋବର (ହି.ସ.)- ଆମେରିକାର ମଧ୍ୟାବଧି ନିର୍ବାଚନର ଫଳାଫଳ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ଧାରା ସୋମବାର ମଧ୍ୟ ଜାରି ରହିଛି। ପ୍ରାରମ୍ଭିକ କାରବାର ସମୟରେ ବ୍ରେଟ କ୍ରୁଡ୍ ତୈଳ ଦର ବ୍ୟାରେଲ ପିଛା ୯୬.୫୨ ଡଲାର ଏବଂ ଡବ୍ଲ୍ୟୁଟିଆଇ ତୈଳ ଦର ୯୦ ଡଲାର ନିକଟକୁ ଖସି ଆସିଛି।
ଅଏଲ୍ ପ୍ରାଇସ୍ ଡଟ୍ କମ୍ ଅନୁଯାୟୀ, ପ୍ରାରମ୍ଭିକ କାରବାରରେ ବ୍ରେଟ କ୍ରୁଡ୍ ତୈଳ ଦର ୧.୨୫ ଡଲାର ଅର୍ଥାତ୍ ୧.୧୬ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୯୬.୫୨ ଡଲାରରେ କାରବାର କରୁଛି। ସେହିପରି ୱେଷ୍ଟ ଟେକ୍ସାସ୍ ଇଂଟରମିଡିଏଟ୍ (ଡବ୍ଲ୍ୟୁଟିଆଇ) କ୍ରୁଡ୍ ତୈଳ ଦର ମଧ୍ୟ ୧.୮୦ ଡଲାର ଅର୍ଥାତ୍ ୧.୮୩ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୯୦.୧୮ ଡଲାରରେ କାରବାର କରୁଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗତ ସପ୍ତାହରେ ଏପ୍ରିଲ ୨୦୨୦ ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ ରେକର୍ଡ ହେବା ପରେ ଦର ଆହୁରି ତଳକୁ ଖସିଛି। ଗତ ସପ୍ତାହରେ ବ୍ରେଟ କ୍ରୁଡ୍ ତୈଳ ଦର ୧୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଅକ୍ଟୋବର ଶେଷ ଭାଗରେ ଛଅ ମାସର ସର୍ବୋଚ୍ଚ ସ୍ତରରେ ପହଂଚିବା ପରେ ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ପ୍ରମୁଖ କାରଣ ହେଉଛି ଆମେରିକାର ମଧ୍ୟାବଧି ନିର୍ବାଚନ ଫଳାଫଳ। ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ବଡ଼ ବିଜୟ ପରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଉ ଅଧିକ ତୀବ୍ର ହେବ ନାହିଁ ବୋଲି ବ୍ୟବସାୟୀମାନେ ଆଶା କରୁଛନ୍ତି। ତେବେ ଆମେରିକା ପକ୍ଷରୁ ଆସୁଥିବା ବିଭିନ୍ନ ବୟାନ ଯୋଗୁଁ ବଜାରରେ ଏବେ ମଧ୍ୟ ଅନିଶ୍ଚିତତା ଓ ଚିନ୍ତା ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ