ସଡକ ଦୁର୍ଘଟଣାରେ ବାଇକ ଚାଳକ ଆହତ
ଜୟପୁର , 10 ଫେବ୍ରୁଆରି (ହି.ସ.) ଜୟପୁର କୋରାପୁଟ ଘାଟିରେ ଆଜି ଅପରାହ୍ନରେ ଟିପ୍ପର ଓ ବାଇକ ଧକ୍କାରେ ବାଇକ ଚାଳକ ଆହତ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ କୋଲାବ ଅଞ୍ଚଳର ଗୋପି ଖିଲ ନିଜ ବାଇକ(ଓଡି୧୦ପି୬୨୮୧)ରେ ଜୟପୁର ଠାରୁ କୋଲାବ ଅଭିମୁଖେ ଯାଉଥିବା ବେଳେ ଏକ ୧୨ ଚକିଆ ଟିପ୍ପର ସହ ଧକ୍କା
ସଡକ ଦୁର୍ଘଟଣାରେ ବାଇକ ଚାଳକ ଆହତ


ଜୟପୁର , 10 ଫେବ୍ରୁଆରି (ହି.ସ.)

ଜୟପୁର କୋରାପୁଟ ଘାଟିରେ ଆଜି ଅପରାହ୍ନରେ ଟିପ୍ପର ଓ ବାଇକ ଧକ୍କାରେ ବାଇକ ଚାଳକ ଆହତ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ କୋଲାବ ଅଞ୍ଚଳର ଗୋପି ଖିଲ ନିଜ ବାଇକ(ଓଡି୧୦ପି୬୨୮୧)ରେ ଜୟପୁର ଠାରୁ କୋଲାବ ଅଭିମୁଖେ ଯାଉଥିବା ବେଳେ ଏକ ୧୨ ଚକିଆ ଟିପ୍ପର ସହ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ଛିଟିକି ହୋଇ ପଡିଯାଇଥିବା ବେଳେ ବାଇକ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଓ ବାଇକ ଚାଳକଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ମିଳିଥିବା ସୂଚନା ଅନୁଯାୟୀ ବାଇକ ଚାଳକ ଟିପ୍ପର କୁ ଓଭରଟେକ କରୁଥିବା ବେଳେ ଦୁର୍ଘଟଣାଟି ଘଟିଥିବା ଜୟପୁର ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande