ତିହିଡ଼ି ଯୁବମଂଚକୁ ମିଳିଲା ଶ୍ରେଷ୍ଠ ସେବା ଗୌରବ ସମ୍ମାନ, ୬ ଶହ ତାଳ ଗୋଟମା ଲଗାଇ ଚର୍ଚ୍ଚାରେ ଥିଲା ସଂଗଠନ
ଭଦ୍ରକ, ୧୧ ଫେବୃୟାରୀ (ହି.ସ.) - ଭଦ୍ରକ ଟାଉନହଲ ପରିସରରେ ଏମ. ଟି. ଏସ ଫାଉଣ୍ଡେସନର ଆୟୋଜିତ ୧୫ତମ ବାର୍ଷିକ ଉତ୍ସବରେ ସେବା କ୍ଷତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିଜ ସଂଗଠନ ତିହିଡ଼ି ଯୁବମଂଚକୁ ସେବାଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ସାହିତ୍ୟିକ
TIHIDI JUBA MANCHA GOURABA SANMAN


ଭଦ୍ରକ, ୧୧ ଫେବୃୟାରୀ (ହି.ସ.) - ଭଦ୍ରକ ଟାଉନହଲ ପରିସରରେ ଏମ. ଟି. ଏସ ଫାଉଣ୍ଡେସନର ଆୟୋଜିତ ୧୫ତମ ବାର୍ଷିକ ଉତ୍ସବରେ ସେବା କ୍ଷତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିଜ ସଂଗଠନ ତିହିଡ଼ି ଯୁବମଂଚକୁ ସେବାଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ପୂର୍ବତନ ସାଂସଦ ମଞ୍ଜୁଳତା ମଣ୍ଡଳ, ସାହିତ୍ୟିକ ଇଂ ଅଭୟ ସୂତାର ଏବଂ ସମାଜସେବୀକା ଶ୍ରଦ୍ଧାଞ୍ଜଳୀ ରାଏ ପ୍ରମୁଖ ମଂଚାସିନ ଥିଲେ।ଅନୁଷ୍ଠାନର ସଭାନେତ୍ରୀ ବିଶିଷ୍ଟ ସମାଜସେବୀକା ରାଜଲକ୍ଷ୍ମୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯୁବମଂଚ ପକ୍ଷରୁ ସଭାପତି କୈଳାସ ବେହେରା, ସମ୍ପାଦକ ନିରଞ୍ଜନ ବାରିକ, ସନାତନ ସାହୁ , ସୟଦ ରଫିକ, ଅଲେଖ ବଳ ପ୍ରମୁଖ ସେବା ସମ୍ମାନ ଗ୍ରହଣ କରିଥିଲେ। ପ୍ରକାଶ ଥାଉ କି ନିକଟ ଅତୀତରେ ବଜ୍ରପାତରୁ ଧନ ଜୀବନ ରକ୍ଷା ପାଇଁ ପ୍ରତି ବର୍ଷ ପର୍ଯ୍ୟାୟକ୍ରମେ ୨୦୦ ତାଳଗୋଟମା ଲଗାଇ ଯୁବମଂଚ ସମଗ୍ର ଭଦ୍ରକ ଜିଲ୍ଲା ତଥା ସାରା ଓଡ଼ିଶାରେ ଚର୍ଚ୍ଚାର ପରିସରକୁ ଆସିଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande