
ଜୟପୁର , 11 ଫେବ୍ରୁଆରି (ହି.ସ.)ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଆଜି ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୨୨ ଶହ ଲିଟର ପୋଚ ଓ ୨୪୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି