
ଜୟପୁର, 11 ଫେବ୍ରୁଆରି (ହି.ସ.)ଜୟପୁର ବ୍ଲକ ଅନ୍ତର୍ଗତ ହାଡିଆ ପଞ୍ଚାୟତର ଭତରା ଗ୍ରାମରେ ଘରୋଇ ଜମିରେ ଗୋଷ୍ଠି କେନ୍ଦ୍ର ନିର୍ମାଣ ହେଉଛି । ଏନେଇ ଆଜି ଗ୍ରାମ ବାସୀ ମାନେ ସାମିଜ ସେବି ରବିନ୍ଦ୍ର ମହାପାତ୍ରା ଙ୍କ ନେତ୍ୃତ୍ୱରେ ଜୟପୁର ବିଡିଓ ଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଗୋଷ୍ଠି କେନ୍ଦ୍ର ର କାଯ୍ୟଦେଶ ଯେଉଁ ବ୍ୟକ୍ତିଙ୍କୁ ଦିଆଯାଇଛି ତାଙ୍କର ପଟ୍ଟା ଜମିରେ ନିର୍ମାଣ କରୁଛନ୍ତି । ଯହାଫଳରେ ଆଗାମି ଦିନରେ ଏହି ଗୋଷ୍ଠି କେନ୍ଦ୍ର କୁ ପଟ୍ଟା ଯାହା ନାମରେ ରହିଛି ସେ ଆକ୍ତିଆର କରିବ । ତେଣୁ ଉକ୍ତ କାଯ୍ୟ ସରକାରୀ ଜମିରେ କରିବାକୁ ଗ୍ରାମବାସୀ ମାନେ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ର ଗ୍ରହଣ କରିବା ପରେ ବିଡିଓ ଶକ୍ତି ମହାପାତ୍ର ଉକ୍ତ କାଯ୍ୟ କୁ ବନ୍ଦ କରିବାକୁ ନିଦ୍ଦେଷ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି