ପି.ଏମ୍‌.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଖୋର୍ଦ୍ଧା, ୧୧ ଫେବ୍ରୁଆରି (ହି.ସ.) - ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ପ୍ରାରମ୍ଭରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଭୁତି ଭୁଷଣ ଜେନା ଅତିଥି ପରିଚୟ ପ୍ରଦାନ ବାର୍ଷିକ ବିବରଣୀ ପଠନ
Girls


ଖୋର୍ଦ୍ଧା, ୧୧ ଫେବ୍ରୁଆରି (ହି.ସ.) - ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ପ୍ରାରମ୍ଭରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଭୁତି ଭୁଷଣ ଜେନା ଅତିଥି ପରିଚୟ ପ୍ରଦାନ ବାର୍ଷିକ ବିବରଣୀ ପଠନ କରିଥିଲା ବେଳେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ୍ ତଥା ‘ଆମରି ସତ୍ୟ’ ପତ୍ରିକାର ପ୍ରତିଷ୍ଠାତା ପ୍ରମୋଦ ଚନ୍ଦ୍ର ଦାସ ଯୋଗ ଦେଇ ଛାତ୍ରୀମାନେ ଭଲ ମଣିଷ ହୋଇ ସମାଜର କାମ କରିବା ମା’ ଶବ୍ଦର ସଂଜ୍ଞା ଓ ସରୂପ ତଥା ଦୁନିଆରେ ଅସଲି ନକଲିର ପ୍ରଭେଦ ସଂପର୍କରେ ଆଲୋକପାତ କରିଥିଲେ ଓ ଜିଲ୍ଲା ଶିକ୍ଷା ଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ତାପସ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ନିଜର ଅବିଭାଷଣରେ ବିକସିତ ଭାରତର ସପ୍ନ ପୂରଣ ପାଇଁ ପିଏମ୍ ଶ୍ରୀ ସ୍କୁଲର ସଂକଳ୍ପନା ର ପ୍ରୟାସ ଲାଗି ଯସସୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ସାଧୁବାଦ ଜଣାଇ ସୁସ୍ଥ ଶରୀର ଓ ସୁସ୍ଥ ମସ୍ତିସ୍କର ସମନ୍ୱୟରେ ଏକ ସୁସ୍ଥ ସମାଜ ଗଠନ ତଥା ମନରୁ ନକାରାତ୍ମକ ଚିନ୍ତନ ଯେ ପୁସ୍ତକ ପଠନ ଦ୍ୱାର ଦୂର ହୋଇପାରିବ ଏହା ନିଃସନ୍ଦେହ । ଅନ୍ୟାନ୍ୟ ଅତିଥମାନଙ୍କ ମଧ୍ୟରେ ପଂଚସଖା ଶିକ୍ଷା ସେତୁ ସଂଗଠନର ଅଧ୍ୟକ୍ଷ ତିଳୋତମ ପଟ୍ଟନାୟକ ଓ ଅରୁଣ କୁମାର ଦାଶ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ମୁଖପତ୍ର ‘ଜ୍ଞାନଦା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଟିକିରାଣୀ ଦାସଙ୍କୁ ସତନ୍ତ୍ର ଭାବେ ସମ୍ମାନିତ କରାଯାଇ ପୁରସ୍କୃତ କରାଯାଇଥିଲା।ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସଣ୍ଡେ ସେ ଆତିହେ... ଆଦି ପରିବେଷଣ ମାଧ୍ୟମରେ ଏକ ଭିନ୍ନ ଆକର୍ଷଣୀୟ ପରିବେଶରେ ପିତାମାତା ଅଭିଭାବକ ଓ ଛାତ୍ରୀମାନେ ଉପଭୋଗ କରିଥିଲେ । ସଭାକାର୍ଯ୍ୟକୁ ବିଭୂତି ଭୂଷଣ ଜେନା ସଂଯୋଜନା କରିଥିଲା ବେଳେ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ତୃପ୍ତିରାଣୀ ଜେନା ଓ ସ୍ନିଗ୍‌ଧା ପଟ୍ଟନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande