ସର୍ବଭାରତୀୟ ଧର୍ମଘଟ ସମର୍ଥନରେ ସମନ୍ୱୟ ସମାବେଶ
ସର୍ବଭାରତୀୟ ଧର୍ମଘଟ ସମର୍ଥନରେ ସମନ୍ୱୟ ସମାବେଶ
ସର୍ବଭାରତୀୟ ଧର୍ମଘଟ ସମର୍ଥନରେ ସମନ୍ୱୟ ସମାବେଶ


ସମ୍ବଲପୁର, ୧୧, ଫେବ୍ରୁଆରୀ (ହି.ସ.) କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବୀ ରେ ଜାତୀୟ ଶ୍ରମିକ ସଂଗଠନମାନେ ଆଗାମୀ ୧୨ ତାରିଖ ରେ ହେବାକୁଥିବା ସର୍ବଭାରତୀୟ ଧର୍ମଘଟ କୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ କମିଟିର ଆବାହକ ଗୋକୁଳ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ସମାଜ ଭଵନ ରେ ଏହି ବୈଠକରେ ଦେଶର ଶ୍ରମିକ, କୃଷକ ଓ ସାଧାରଣ ଜନତାଙ୍କ ଜୀବନ ଓ ଜୀବିକା ସମସ୍ୟା ଉପରେ ଆଲୋଚନା ହୋଇଥିଲା।

ବୈଠକରେ ବକ୍ତାମାନେ ଶ୍ରମିକ ବିରୋଧୀ ଶ୍ରମ କୋଡ୍‌ଗୁଡ଼ିକୁ ତୁରନ୍ତ ବାତିଲ କରିବା, କୃଷକ ବିରୋଧୀ ୨୦୨୫ ଆଇନ ପ୍ରତ୍ୟାହାର, ବିଦ୍ୟୁତ୍ ବିଲ୍ ସଂଶୋଧନ କୁ ରଦ୍ଦ କରିବା ଦାବି ଉଠାଇଥିଲେ। ହିନ୍ଦ୍ ମଜଦୁର ସଭା ର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ସରକାର ଦେଶ ର ସାର୍ବଭୌମତ୍ୱ କୁ ନଷ୍ଠ କରୁଥିବା ବେଳେ ସମସ୍ତ ଭେଦଭାବ କୁ ବାଦ୍ ଦେଇ ଏକତ୍ରୀତ ହୋଇ ଲଢେଇ ରେ ସାମିଲ୍ ହେବା ପାଇଁ ଆହ୍ଵାନ କରିଥିଲେ। ବିଷ୍ନୁ ମହାନ୍ତି, ତ୍ରିନାଥ ଦୋରା,ଲଳିତ ପଟ୍ଟନାୟକ, ଏନ୍ ଗୋପାଳ, ଚାଷୀ ନେତା ସରୋଜ ମହାନ୍ତି,ସଞ୍ଜିତ୍ ମହାନ୍ତି, ମହେଶ୍ଵର ଷଣ୍ଢ , ପ୍ରଣୟ ନାୟକ, ରୁପେଶ ବାଗ,ଆଶିଷ ରଞ୍ଜନ ମହାନ୍ତି,ଅରୁଣ ଖୁଣ୍ଟିଆ,ଯୋଗେନ୍ଦ୍ର ବେହେରା, ଇନ୍ଦ୍ରଜିତ୍ ତାଣ୍ଡି, ଭି ରାମାରାଓ, ସୁଶାନ୍ତ ପଟ୍ଟନାୟକ, କିଶୋର ଚନ୍ଦ୍ର କର,ସୁବ୍ରତ ପଣ୍ଡା,ରୋଶନ ସିଂହ, ଯୁବ ନେତା ଦେବଜ୍ୟୋତି ପଟ୍ଟନାୟକ ଓ ଚୁମନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande