
ଘଟଗାଁ ,୧୨ ଫେବୃଆରୀ(ହି.ସ.) – କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସାଇଁକୁକସ୍ଥିତ ଅନ୍ୱେଷା ସାହିତ୍ୟ ସଂସଦର ୨୬ତମ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ଘଟଗାଁର କବି, ଗାଳ୍ପିଜ, ସମାଜସେବୀ ତଥା ଶିଶୁ ସାହିତ୍ୟିକ ପ୍ରତାପ ମହାନ୍ତଙ୍କୁ ଶିଶୁ ସାହିତ୍ୟିକ ସୋମନାଥ ମାଝୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି!
ଧରଣୀଧର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡଃ ବିପିନ ବିହାରୀ ମିଶ୍ର, ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଡଃ ରାମଚନ୍ଦ୍ର ନାୟକ ଏବଂ ମୁଖ୍ୟବକ୍ତା ଭାବରେ ଧରଣୀଧର ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ସୁଧା ଦାଶ ଯୋଗଦେଇ ପ୍ରତାପ ମହାନ୍ତଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରିଥିଲେ!
ପ୍ରତାପ ମହାନ୍ତ ଏକାଧାରରେ ଜଣେ କବି, ଗାଳ୍ପିକ, ସମ୍ପାଦକ, ସଂଗଠକ ଓ ପ୍ରବଚକ ତଥା ସମାଜ ସଂସ୍କାରକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ