ସରକାର ରାହୁଲଙ୍କ ବିରୋଧରେ ପ୍ରସ୍ତାବ ଆଣିବେ ନାହିଁ, ଜଣେ ସଦସ୍ୟ ପ୍ରଥମରୁ ଦେଇଛନ୍ତି ନୋଟିସ୍‌- ରିଜିଜୁ
ନୂଆଦିଲ୍ଲୀ,୧୩ ଫେବୃଆରୀ(ହି.ସ.) – କେନ୍ଦ୍ର ସରକାର ସଂସଦ ବଜେଟ୍ ଅଧିବେଶନ ସମୟରେ ଅସଂସଦୀୟ ଭାଷାର ବ୍ୟବହାର ପାଇଁ ଲୋକସଭାରେ ନେତା ପ୍ରତିପକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ର ପ୍ରସ୍ତାବ ଆଣୁନାହିଁ। ଏହି ସମ୍ବନ୍ଧରେ ଏକ ସଦସ୍ୟ ପ୍ରଥମରୁ ନୋଟିସ୍ ଦେଇଛନ୍ତି। ସଂସଦୀୟ କାର୍ଯ୍ୟ
ସରକାର ରାହୁଲଙ୍କ ବିରୋଧରେ ପ୍ରସ୍ତାବ ଆଣିବେ ନାହିଁ, ଜଣେ ସଦସ୍ୟ ପ୍ରଥମରୁ ଦେଇଛନ୍ତି ନୋଟିସ୍‌- ରିଜିଜୁ


ନୂଆଦିଲ୍ଲୀ,୧୩ ଫେବୃଆରୀ(ହି.ସ.) – କେନ୍ଦ୍ର ସରକାର ସଂସଦ ବଜେଟ୍ ଅଧିବେଶନ ସମୟରେ ଅସଂସଦୀୟ ଭାଷାର ବ୍ୟବହାର ପାଇଁ ଲୋକସଭାରେ ନେତା ପ୍ରତିପକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ର ପ୍ରସ୍ତାବ ଆଣୁନାହିଁ। ଏହି ସମ୍ବନ୍ଧରେ ଏକ ସଦସ୍ୟ ପ୍ରଥମରୁ ନୋଟିସ୍ ଦେଇଛନ୍ତି।

ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଦିନ ମିଡିଆକୁ କହିଛନ୍ତି ଯେ ସରକାର ପ୍ରଥମେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରସ୍ତାବ ଆଣିବାର ନିଷ୍ପତି କରିଥିଲେ, କିନ୍ତୁ ଏବେ ସରକାର ପ୍ରସ୍ତାବ ଆଣିବାକୁ ଯାଉନାହାନ୍ତି। ଏହା ପଛର କାରଣ ଯେ ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରଥମେ ଏହି ମାମଲାରେ ଏକ ସବ୍‌ସଟେଂଟିଭ ପ୍ରସ୍ତାବ ଆଣିସାରିଛନ୍ତି। ଏଥିରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବା ଏବଂ ତାଙ୍କୁ ଆଜୀବନ ନିର୍ବାଚନ ଲଢ଼ିବା ଠାରୁ ରୋକିବାର ଦାବି କରାଯାଇଛି।

ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ନିୟମର ଉଲ୍ଲଂଘନ କରିଥିଲେ ଏବଂ ଏକ ଅପ୍ରକାଶିତ ବହିର ବେଆଇନ୍ ଉପାୟରେ ଉଲ୍ଲେଖ କରିଛନ୍ତି। ସେ ନିଜ ବଜେଟ୍ ଭାଷଣରେ ମଧ୍ୟ କେତେକ ଆପତିଜନ କଥା କହିଛନ୍ତି, ଯାହାକୁ ଦେଶ ବିକ୍ରି କରିଦେଇଛି କହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅନୁଚିତ ଶବ୍ଦର ପ୍ରୟୋଗ କରିବା ଅଟେ। ଏପରି କେତେକ ବିଷୟ ଯେ ଯାହା ଉପରେ ଆମେ ତାଙ୍କୁ ନୋଟିସ୍ ଦେବା ଚାହୁଁଥିଲୁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande