ଗୃହ ଭିତରେ ଲୁହା ବାକ୍ସରୁ ଟଙ୍କା ଲୁଟ
ଜୟପୁର,୧୪ ଫେବ୍ରୁଆରି (ହି.ସ.) - ଜୟପୁର ସଦରଥାନା ପଣସପୁଟ ବାଗ୍ରା ଗ୍ରାମର ବାସିନ୍ଦା ଗୋପାଳ ଗାଦବା ନିଜ ଗୃହରେ ଶୋଇଥିବା ବେଳେ ଅନ୍ୟ ଏକ କୋଠରୀ ଭିତରେ ପ୍ରବେଶ କରିବା ସହିତ ଲୁହା ବାକ୍ସ ଭିତରରେ ରହିଥିବା ୩୫ ହଜାର ଟଙ୍କା ଲୁଟ କରାଯାଇଥିବା ନେଇ ଥାନାରେ ଅଭିଯୋଗକାରୀଙ୍କ ପକ୍ଷରୁ ଏତଲା ଦିଆଯାଇଛି ।
ଗୃହ ଭିତରେ  ଲୁହା ବାକ୍ସରୁ  ଟଙ୍କା ଲୁଟ


ଜୟପୁର,୧୪ ଫେବ୍ରୁଆରି (ହି.ସ.) - ଜୟପୁର ସଦରଥାନା ପଣସପୁଟ ବାଗ୍ରା ଗ୍ରାମର ବାସିନ୍ଦା ଗୋପାଳ ଗାଦବା ନିଜ ଗୃହରେ ଶୋଇଥିବା ବେଳେ ଅନ୍ୟ ଏକ କୋଠରୀ ଭିତରେ ପ୍ରବେଶ କରିବା ସହିତ ଲୁହା ବାକ୍ସ ଭିତରରେ ରହିଥିବା ୩୫ ହଜାର ଟଙ୍କା ଲୁଟ କରାଯାଇଥିବା ନେଇ ଥାନାରେ ଅଭିଯୋଗକାରୀଙ୍କ ପକ୍ଷରୁ ଏତଲା ଦିଆଯାଇଛି । ଏଥନେଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ପଣସପୁଟ ବାଗ୍ରା ଗ୍ରାମର ଗୋପାଳ ଗାଦବା ଲିଖତ ଭାବେ ଅଭିଯୋଗ କରିଛନ୍ତି ଯେ, ଗତକାଲି ରାତିରେ କୌଣସି ଦୁର୍ବୃତ ଅଭିଯୋଗକାରୀଙ୍କ ଗୃହରେ ପ୍ରବେଶ କରିବା ସହିତ ତାଙ୍କର ଘରରର ଆସବପତ୍ର ପାଙ୍ଗାଫିଙ୍ଗି କରିବା ସହିତ ଉକ୍ତ କୋଠରୀରେ ରହିଥିବା ଲୁହା ବାକ୍ସକୁ ଖୋଲି ଭିତରେ ରହିଥିବା ୩୫ ହଜାର ଟଙ୍କା ଲୁଟ କରିଛନ୍ତି । ଆଜି ପୂର୍ବାହ୍ନ ସାଢେ ୬ ଟା ସମୟରେ ଅଭିଯୋଗକାରୀଙ୍କ ମାଆ ତାଙ୍କୁ ଉଠାଇବା ପରେ ଅଭିଯୋଗକାରୀ ଗୃହର ଆସବପତ୍ର ଏଣେତେଣେ ପଡିଥିବା ନେଇ ଦେଖିବା ପରେ ଟଙ୍କା ରହିଥିବା ନେଇ ବାକ୍ସକୁ ଯାଂଚ ବେଳେ ଟଙ୍କା ଗାୟବ ରହିଥିଲା । ତେଣୁ ଥାନାର ଦ୍ୱାରସ୍ତ ହୋଇଥିବା ନେଇ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande