
କେନ୍ଦ୍ରାପଡା-୧୪ଫେବ୍ରୃଆରୀ (ହି.ସ.): କେନ୍ଦ୍ରାପଡା ପୈରାଂଚଳ ଅନ୍ତଗର୍ତ ଇଛାପୁର ହଇସ୍କୁଲର ୧୯୮୬ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନେ ଆଜି ଦୀର୍ଘ ୪୦ ବର୍ଷ ପେର ଏକାଠି ହୋଇ ପରଷ୍ପର ଭାବ ବିନିମୟ କରିଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡା କ୍ରେଡିଟ କୋ ଅପେରଟିଭ ସୋସଇଟ ର ସଂପାଦକ ତଥା ପୁରାତନ ଛାତ୍ର ଅରବିନ୍ଦ ସାହୁଙ୍କ ଉଦ୍ୟମରେ ଓ ପ୍ରଫୁଲ୍ଲ କୁମାର ପତ୍ରୀ, ମେନାରଂଜନ ମହାପାତ୍ରଙ୍କ ତତ୍ୱାବଧାନ ରେ ଏହି ସହପାଠୀ ମାନଙ୍କ ସମୋବଶ ସିଦ୍ଧ ବଳଦେବଜୀଉ ହେରେିଟଜ କଟେଜ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବତର୍ମାନ ବିଭିନ୍ନ ପଦ ପଦବୀ, ବୃତି, ବ୍ୟବସାୟ ନିର୍ବାହ କରୁଥିବା ସେହି ପୁରାତନ ସହପାଠୀ ମୋନ ଏକାଠି ହୋଇ ଛାତ୍ର ଜୀବନର ଅଭୁଲା ସ୍ମୃତି ସମ୍ବଳିତ ପରଷ୍ପର ଭାବ ବିନିମୟ କରି ସମୟ ଅତିବାହିତ କରିଥେôଲ । ପରଷ୍ପର କୋଳାକୋଳି ଓ କୋଭଭରା କଣ୍େଠର ଆଲିଙ୍ଗନ ଦୃଶ୍ୟ ହୃଦୟସ୍ପର୍ଶୀ ଥିଲା । ବତର୍ମାନ ଦିବଙ୍ଗତ ହୋଇଥିବା ସେହି ସମୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ ସହପାଠୀଙ୍କ ପାଇଁ ନିରବ ପ୍ରାଥର୍ନା କରାଯାଇ ଥିଲା । ସମସ୍ତଙ୍କୁ କେନ୍ଦ୍ରାପଡା କ୍ରେଡିଟ୍ କୋ ଅପେରଟିଭ ସୋସାଇଟ ପକ୍ଷରୁ ଡାଏରୀ ଓ କଲମ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଆଦିତ୍ୟ ପ୍ରସାଦ ମିଶ୍ର, ପୂଣ୍ଣର୍ଚନ୍ଦ୍ର ଧଳ, ଅନନ୍ତ ନାରାୟଣ ସାହୁ, ଭାଗ୍ୟଲକ୍ଷ୍ମୀ ପତ୍ରୀ, ମଞ୍ଜୁଲତା ପରିଡା, ମମତା ଦାସ, ଝୁନୁବାଳା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନୋର ସହାୟତା କରିଥେôଲ ।
---------------
ହିନ୍ଦୁସ୍ଥାନ ସମାଚାର / ରବି