ଏଆଇ ଇମ୍ଫାକ୍ଟ ସମିଟ ପୂର୍ବରୁ ଅନ୍ତିମ ପର୍ଯ୍ୟାୟ ପାଇଁ 70 ଟିମ୍ ଚୟନିତ
ନୂଆଦିଲ୍ଲୀ, 15 ଫେବ୍ରୁଆରି (ହି.ସ.)- କେନ୍ଦ୍ର ସରକାର ଦେଶରେ ଆୟୋଜିତ ହେବାକୁ ଯାଉଥିବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ମିଳନୀ ପୂର୍ବରୁ ତିନୋଟି ବିଶ୍ୱସ୍ତରୀୟ ଏଆଇ ଚ୍ୟାଲେଞ୍ଜ ପ୍ରତିଯୋଗିତାର ଫାଇନାଲିଷ୍ଟମାନଙ୍କୁ ଘୋଷଣା କରିଛନ୍ତି। ଏହି ଚ୍ୟାଲେଞ୍ଜଗୁଡ଼ିକରେ ୬
ଏଆଇ ଇମ୍ଫାକ୍ଟ ସମିଟ     ପୂର୍ବରୁ ଅନ୍ତିମ ପର୍ଯ୍ୟାୟ ପାଇଁ 70 ଟିମ୍ ଚୟନିତ


ନୂଆଦିଲ୍ଲୀ, 15 ଫେବ୍ରୁଆରି (ହି.ସ.)- କେନ୍ଦ୍ର

ସରକାର ଦେଶରେ ଆୟୋଜିତ ହେବାକୁ ଯାଉଥିବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ମିଳନୀ ପୂର୍ବରୁ

ତିନୋଟି ବିଶ୍ୱସ୍ତରୀୟ ଏଆଇ ଚ୍ୟାଲେଞ୍ଜ ପ୍ରତିଯୋଗିତାର ଫାଇନାଲିଷ୍ଟମାନଙ୍କୁ ଘୋଷଣା କରିଛନ୍ତି।

ଏହି ଚ୍ୟାଲେଞ୍ଜଗୁଡ଼ିକରେ ୬୦ରୁ ଅଧିକ ଦେଶରୁ ୪,୬୫୦ରୁ ଅଧିକ ଆବେଦନ ପ୍ରାପ୍ତ ହୋଇଥିଲା। ସେଥିରୁ ୭୦ଟି ଟିମ୍‌କୁ

ଫାଇନାଲ ପାଇଁ ଚୟନ କରାଯାଇଛି।

କେନ୍ଦ୍ରୀୟ

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅନୁସାରେ, ଚୟନିତ ଟିମ୍‌ମାନେ ଫେବୃଆରୀ ୧୬ ଓ ୧୭ ତାରିଖରେ ନୂଆଦିଲ୍ଲୀରେ

ଅବସ୍ଥିତ ଭାରତ ମଣ୍ଡପମଏବଂ ସୁଷମା ସ୍ୱରାଜ ଭବନଠାରେ ନିଜ ନିଜ ସମାଧାନ ପ୍ରଦର୍ଶନ କରିବେ। ଏଠାରେ ଗ୍ରାଣ୍ଡ ଫିନାଲେ

ଓ ପୁରସ୍କାର ବିତରଣ ଅନୁଷ୍ଠାନ ଆୟୋଜିତ ହେବ।

ମନ୍ତ୍ରଣାଳୟ ଜଣାଇଛି ଯେ ‘ଏଆଇ ଫର ଅଲ୍’ ଚ୍ୟାଲେଞ୍ଜରେ ୧,୩୫୦ରୁ ଅଧିକ ଆବେଦନ ଆସିଥିଲା। ସେଥିରୁ ୨୦ଟି ଟିମ୍‌କୁ ଚୟନ

କରାଯାଇଛି। ଏହି ଟିମ୍‌ମାନେ ସ୍ୱାସ୍ଥ୍ୟ, କୃଷି, ଜଳବାୟୁ ଓ ଶିକ୍ଷା ସମ୍ବନ୍ଧୀୟ ଏଆଇ ଆଧାରିତ ସମାଧାନ ବିକଶିତ

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande