ନେପାଳ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଲେନ୍ ଶାହଙ୍କ ଯୋଗାଯୋଗ କାର୍ଯ୍ୟାଳୟରେ ଭଙ୍ଗାରୁଜା
କାଠମାଣ୍ଡୁ, ୫ ଫେବୃଆରୀ (ହି.ସ.)- ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ରାସ୍ୱପା)ର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଲେନ୍ ଶାହଙ୍କ ନିର୍ବାଚନ ମଣ୍ଡଳି ଝାପା ୫ ସ୍ଥିତ ନିର୍ବାଚନୀ ଯୋଗାଯୋଗ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି । ପୋଲିସ ଅନୁଯାୟୀ, ଝାପାର କମଲ ଗ୍ରାମ ପୌରପାଳିକାରେ ଅବସ
ନେପାଳ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଲେନ୍ ଶାହଙ୍କ ଯୋଗାଯୋଗ କାର୍ଯ୍ୟାଳୟରେ ଭଙ୍ଗାରୁଜା


କାଠମାଣ୍ଡୁ, ୫ ଫେବୃଆରୀ (ହି.ସ.)- ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ରାସ୍ୱପା)ର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଲେନ୍ ଶାହଙ୍କ ନିର୍ବାଚନ ମଣ୍ଡଳି ଝାପା ୫ ସ୍ଥିତ ନିର୍ବାଚନୀ ଯୋଗାଯୋଗ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି ।

ପୋଲିସ ଅନୁଯାୟୀ, ଝାପାର କମଲ ଗ୍ରାମ ପୌରପାଳିକାରେ ଅବସ୍ଥିତ ବାଲେନ୍ ଶାହଙ୍କ ନିର୍ବାଚନୀ ଯୋଗାଯୋଗ କାର୍ଯ୍ୟାଳୟର ଝରକା କାଚ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ଝାପା ଜିଲ୍ଲା ପୋଲିସ କାର୍ଯ୍ୟାଳୟର ପୋଲିସ ଅଧିକ୍ଷକ ବସୁନ୍ଧରା ଖଡକା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଝରକାର କାଚ ଭାଙ୍ଗିଥିବା ରିପୋର୍ଟ ପାଇଛୁ । ପୋଲିସ ଘଟଣାର ତଦନ୍ତ କରୁଛି ।

ବରିଷ୍ଠ ରାସ୍ୱପା ନେତା ବାଲେନ ଶାହ ଝାପା ନିର୍ବାଚନ ମଣ୍ଡଳୀ ନମ୍ବର ୫ ରୁ ନିର୍ବାଚନ ଲଢୁଛନ୍ତି । ନେକପା-ଏମାଲେର ସଭାପତି କେପି ଶର୍ମା ଓଲି ମଧ୍ୟ ସେହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ଅଂଚଳକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande