କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଜୟପୁର, ୧୨ ମାର୍ଚ୍ଚ (ହି.ସ.)- ସୋନୁଗୁଡାରେ ଆୟୋଜିତ ମା କଳାଧରୁଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ସଫଳତାର ସହିତ ସମାପ୍ତ ହୋଇଛି। ଫାଇନାଲ ମ୍ୟାଚ୍ ରେ ଡେଙ୍ଗାଗୁଡା ଓ କୁଜା ଜନିଗୁଡା ଦଳ ମୁହାଁମୁହିଁ ହୋଇଥିଲେ। ଏହି ରୋମାଞ୍ଚକର ମ୍ୟାଚ୍ ରେ କୂଜା ଜନୀ ଗୁଡା ଦଳ ବିଜୟୀ ହୋଇଥିଲା। ଏହି
କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ


ଜୟପୁର, ୧୨ ମାର୍ଚ୍ଚ (ହି.ସ.)- ସୋନୁଗୁଡାରେ ଆୟୋଜିତ ମା କଳାଧରୁଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ସଫଳତାର ସହିତ ସମାପ୍ତ ହୋଇଛି। ଫାଇନାଲ ମ୍ୟାଚ୍ ରେ ଡେଙ୍ଗାଗୁଡା ଓ କୁଜା ଜନିଗୁଡା ଦଳ ମୁହାଁମୁହିଁ ହୋଇଥିଲେ। ଏହି ରୋମାଞ୍ଚକର ମ୍ୟାଚ୍ ରେ କୂଜା ଜନୀ ଗୁଡା ଦଳ ବିଜୟୀ ହୋଇଥିଲା।

ଏହି ଟୁର୍ଣ୍ଣାମେଣ୍ଟ ସୋନୁଗୁଡା ଗ୍ରାମରେ ଦୀର୍ଘ ସାତ ଦିନ ଧରି ଆୟୋଜିତ ହୋଇଥିଲା ଓ ମୋଟ ଆଠଟି ଦଳ ଏଥିରେ ଭାଗ ନେଇଥିଲେ। ଏହି ଟୁର୍ନାମେଣ୍ଟର ଧାରା ବିବରଣି ଦୁକୁଗୁଡ଼ାର ଉଦିତ ହିଆଲ କରିଥିଲେ। ଗ୍ରାମାଞ୍ଚଳରେ ଦିନକୁ ଦିନ ଛୋଟ ପିଲାମାନେ ଖେଳ ଛାଡ଼ି ମୋବାଇଲରେ ଅଧିକ ସମୟ ବ୍ୟତୀତ କରୁଥିବାକୁ ଦୃଷ୍ଟିରେ ରଖି, ସେମାନଙ୍କୁ ମୋବାଇଲରୁ ଦୂରେଇ ଖେଳ ପ୍ରତି ଆକର୍ଷିତ କରିବା ପାଇଁ ଏହା ଗୋଟିଏ ଛୋଟ ପ୍ରୟାସ ବୋଲି ମା କଳାଧରୁଣି କ୍ଲବର ସଭାପତି ତ୍ରିଲୋଚନ ନାୟକ କହିଛନ୍ତି।

ଏହି ସମସ୍ତ କାର୍ଯ୍ୟକ୍ରମକୁ ଯଶବନ୍ତ ନାୟକ ସହିତ ସୁନାଧର ଗୌଡ଼ ,ନୀଳକଣ୍ଠ ଗୌଡ଼, ସାହେବ ହରିଜନ ତିର୍ତ ବାସ ନାୟକ, ମାଧବ ଗୌଡ଼ ସୁଚାରୁ ଭାବରେ ପରିଚାଳନା କରିଥିଲେ।

ଶେଷ ଦିନର ଫାଇନାଲ ମ୍ୟାଚ୍ ରେ ହସତେରୁଆ ଗ୍ରୁପ୍ର ପ୍ରତିଷ୍ଠାତା ରାମନାଥ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ଭାବରେ କୁମୁଲି ଗ୍ରାମର ବଡ଼ବାବୁ, ନବରଙ୍ଗପୁରରୁ ହରିଶଙ୍କର ସାବତ, ରାମକୃଷ୍ଣ ପଟ୍ଟନାୟକ ଓ ରବି ପଣ୍ଡା ଉପସ୍ଥିତ ଥିଲେ। ଶେଷରେ ଅତିଥିମାନେ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଦ୍ୱାରା ଗ୍ରାମର ଯୁବମାନଙ୍କ ମଧ୍ୟରେ ଖେଳ ପ୍ରତି ନୂତନ ଉତ୍ସାହ ଦେଖାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande