
ବେଙ୍ଗଲୁରୁ, 10 ମାର୍ଚ୍ଚ (ହି.ସ.)- କର୍ଣ୍ଣାଟକର
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଙ୍ଗାଲୁରୁରେ ବାଣିଜ୍ୟିକ ଏଲପିଜି ଯୋଗାଣରେ ହୋଇଥିବା ହଠାତ୍
ବାଧା ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ
ପୁରୀଙ୍କୁ ଚିଠି ଲେଖି ତତ୍କାଳ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ
ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଯଦି ଶୀଘ୍ର ଯୋଗାଣ ପୁନରୁଦ୍ଧାର ହେବ ନାହିଁ, ତେବେ ସହରର ଅନେକ ହୋଟେଲ, ରେଷ୍ଟୁରାଣ୍ଟ
ଓ କ୍ୟାଟରିଂ ପ୍ରତିଷ୍ଠାନକୁ ତାଙ୍କର କାର୍ଯ୍ୟକଳାପ ଅସ୍ଥାୟୀଭାବେ ବନ୍ଦ କରିବାକୁ ପଡ଼ିପାରେ।
ମୁଖ୍ୟମନ୍ତ୍ରୀ ତାଙ୍କ
ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ୯
ମାର୍ଚ୍ଚରେ ଜାରି ହୋଇଥିବା ଆଦେଶ ଅନୁସାରେ ଏଲପିଜି ଉତ୍ପାଦନକୁ ପ୍ରାଥମ୍ୟ ଦେଇ ତେଲ ବିପଣନ
କମ୍ପାନୀଗୁଡ଼ିକୁ ଉପଲବ୍ଧ ଏଲପିଜିର ଯୋଗାଣ ପ୍ରାୟତଃ ଘରୋଇ ଉପଭୋକ୍ତାଙ୍କୁ କରିବାକୁ ନିର୍ଦ୍ଦେଶ
ଦିଆଯାଇଛି। ଘରେ ରନ୍ଧଣ ଗ୍ୟାସର ନିରବିଘ୍ନ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଏହି ସିଦ୍ଧାନ୍ତ
ଗ୍ରହଣ କରାଯାଇଛି। କିନ୍ତୁ ଏହି ଆଦେଶ ଲାଗୁ ହେବା ପରେ ବେଙ୍ଗାଳୁରୁରେ ବାଣିଜ୍ୟିକ ଏଲପିଜି
ସିଲିଣ୍ଡରର ହଠାତ୍ ଅଭାବ ଦେଖାଦେଇଛି।
ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ
ସହରର ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଗଠନ ସରକାରକୁ ଜଣାଇଛନ୍ତି ଯେ ସେମାନେ ଗତ କିଛି ଦିନ ଧରି
ବାଣିଜ୍ୟିକ ଏଲପିଜି ସିଲିଣ୍ଡର ପାଉନାହାନ୍ତି। ଏହାର ଫଳରେ ହୋଟେଲ, ଛୋଟ ଭୋଜନାଳୟ, ମେସ ଏବଂ
କ୍ୟାଟରିଂ ସେବାମାନଙ୍କର କାର୍ଯ୍ୟଚାଳନାରେ ଗୁରୁତର ପ୍ରଭାବ ପଡ଼ୁଛି। ଯଦି ଅବସ୍ଥା ଶୀଘ୍ର
ସୁଧାର ହେବ ନାହିଁ, ତେବେ ଅନେକ ପ୍ରତିଷ୍ଠାନକୁ
ଅସ୍ଥାୟୀଭାବେ ବନ୍ଦ କରିବାକୁ ପଡ଼ିପାରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା