
ଜୟପୁର , 11 ମାର୍ଚ୍ଚ (ହି.ସ.)
ଲିଖିତ ଅଭିଯୋଗ ର ୨୪ ଘଣ୍ଟା ଭିତରେ ତିନି ଚୋରି ବାଇକ ଜବତ ତିନି ଗିରଫ।ସୂଚନା ଅନୁଯାୟୀ ବୋରିଗୁମ୍ମା ଅଞ୍ଚଳର କୃଷ୍ଣ ଚନ୍ଦ୍ର ବେହରା ଗତ କାଲି ନିଜ ବାଇକ ଚୋରି ହୋଇଥିବା ନେଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରି ତିନି ଦୁର୍ବୃତ୍ତ କୁ ଧରିବାରେ ସଫଳ ହୋଇଥିଲେ।ତିନି ଦୁର୍ବୃତ୍ତ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ବୋଲି ଜଣାପଡିଛି।ସେମାନଙ୍କ ଠାରୁ ତିନି ଗୋଟି ବାଇକ ଜବତ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏଏସଆଇ ଦ୍ରୋଣାଚାର୍ଯ୍ୟ ବାଘ ସୂଚନା ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି