
ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ଧାମନଗର ବ୍ଲକ ଅନ୍ତର୍ଗତ ଜାଗୁଳାଇ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସହାୟତା ବଣ୍ଟନକୁ ନେଇ ବିବାଦ ଦେଖାଦେଇଛି। ସହାୟତା ବଣ୍ଟନରେ ଦଳୀୟ ପ୍ରଭାବ ଚାଲିଥିବା ଅଭିଯୋଗ ମଧ୍ୟରେ ପ୍ରଧାନଶିକ୍ଷକ ସୁରେନ୍ଦ୍ର ସେଠୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି।ଅଭିଯୋଗ ଅନୁଯାୟୀ, ବିଜେପିର ଜଣେ ଆଗଧାଡିର ନେତ୍ରୀ ସଞ୍ଜୁଲତା ସାହୁଙ୍କୁ ପ୍ରଧାନଶିକ୍ଷକ ସୁରେନ୍ଦ୍ର ସେଠୀଙ୍କ ପକ୍ଷରୁ ଏହି ସହାୟତା ଦିଆଯାଇଥିବା କୁହାଯାଉଛି, ଯାହାକୁ ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ସରକାରୀ ନିୟମ ଅନୁସାରେ।ଏପରି ଶିଶୁ ସହାୟତା କେବଳ ଆର୍ôଥକ ଦୃଷ୍ଟିରୁ ପଛୁଆ ଓ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରିତ। ଯୋଗ୍ୟତା ନିର୍ଣ୍ଣୟରେ ପରିବାର ଆୟ, ଉପସ୍ଥିତି ଓ ସ୍କୁଲରେ ନିୟମିତ ଭର୍ତ୍ତିକୁ ମୂଳ ଆଧାର କରାଯାଏ। କୌଣସି ପ୍ରକାରର ଦଳୀୟ ସମ୍ପର୍କ କିମ୍ବା ରାଜନୈତିକ ପରିଚୟକୁ ବିଚାର କରିବାକୁ ନିୟମରେ ସ୍ଥାନ ନାହିଁ। ଏହା ସତ୍ୱେ ସ୍କୁଲରେ ତାଲିକା ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟାରେ ପାରଦର୍ଶିତା ରହିଥିବା ଅଭିଯୋଗ ଉଠିଛି। ସ୍କୁଲ ପରିଚାଳନା ସମିତି (ଏସଏମସି )ର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଉଠିଛି। ଯଦି ଅଯୋଗ୍ୟ ବ୍ୟକ୍ତିଙ୍କୁ ସହାୟତା ଦିଆଯାଇଥାଏ, ତେବେ ସେଠି ନିୟମବିରୋଧୀ ହେବା ସହ ଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ନିଷ୍ପକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ