ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ।
ସୁବର୍ଣ୍ଣପୁର, 14 ଏପ୍ରିଲ୍ (ହି.ସ.) ଆଜି ସୁବର୍ଣ୍ଣପୁର ଜିଲ୍ଲାର ଟାଉନ ହଲ ଠାରେ ଓଡିଶା ନବ ବର୍ଷ ଏବଂ ପଣା ସଂକ୍ରାନ୍ତି ସୋନପୁର ପଞ୍ଚାୟତ ସମିତି ଦ୍ୱାରା ପାଳନ କରା ଯାଇଛି । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିଥିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ । କାର୍ଯକ୍ରମରେ ସମ୍ମାନିତ ଅ
ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ।

ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ।

ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ।

ସୁବର୍ଣ୍ଣପୁର, 14 ଏପ୍ରିଲ୍ (ହି.ସ.)

ଆଜି ସୁବର୍ଣ୍ଣପୁର ଜିଲ୍ଲାର ଟାଉନ ହଲ ଠାରେ ଓଡିଶା ନବ ବର୍ଷ ଏବଂ ପଣା ସଂକ୍ରାନ୍ତି ସୋନପୁର ପଞ୍ଚାୟତ ସମିତି ଦ୍ୱାରା ପାଳନ କରା ଯାଇଛି । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିଥିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ।

କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ କର ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଉପଲକ୍ଷେ ଟାଉନ ହଲରେ ଓଡ଼ିଆ ପକ୍ଷ ପାଳନ ଉପରେ ଆଧାରିତ ରଙ୍ଗୋଲି ଓ ଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହା ଛଡା ହୁଳ ହୁଳି ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା ଏବଂ ପଣା ସଂକ୍ରାନ୍ତି ଅବସରରେ ବେଳ ପଣା ବଣ୍ଟନ କରାଯାଇଥିଲା ।

ପ୍ରତିଯୋଗିତାରେ ଉତ୍ତୀର୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦିଆ ଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande