ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ : ଆମ ସମ୍ବିଧାନ ଏବେ ବିପଦରେ -ନଗରପାଳ ଶୁଭେନ୍ଦୁ ସାହୁ
ଭୁବନ, ୧୪ ଅପ୍ରେଲ (ହି.ସ.)- ଭୁବନ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି କନଫରେନ୍ସ ହଲରେ ସମ୍ବିଧାନ ପ୍ରଣେତା, ସମାଜ ସୁଧାରକ, ଭାରତରତ୍ନ ଡଃ. ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଭୁବନ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ସଭାପତିତ
ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ


ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ


ଭୁବନ, ୧୪ ଅପ୍ରେଲ (ହି.ସ.)- ଭୁବନ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି କନଫରେନ୍ସ ହଲରେ ସମ୍ବିଧାନ ପ୍ରଣେତା, ସମାଜ ସୁଧାରକ, ଭାରତରତ୍ନ ଡଃ. ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଭୁବନ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମ୍ବେଦକର ସେବା ସଂଘ, ଭୁବନ ଶାଖା ସଭାପତି ଗୌତମ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ. ଭୀମରାଓ ଆମ୍ବେଦକର ଭାରତର ଜଣେ ମହାନ ବିଦ୍ୱାନ, ସମାଜ ସୁଧାରକ ଓ ନ୍ୟାୟର ପ୍ରତୀକ ଥିଲେ। ସେ ଦଳିତ, ଅବହେଳିତ ଓ ନିଷ୍ପେସିତଙ୍କ ପାଇଁ ଭଗବାନ ଥିଲେ । ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା ପାଇଁ ଜୀବନ ସାରା ଲଢ଼ିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ କହିଥିଲେ ଯେ, ଶିକ୍ଷିତ ହୁଅ, ସଂଗଠିତ ହୁଅ ଏବଂ ହକ୍ ପାଇଁ ସଂଘର୍ଷ କର ବୋଲି ବାବା ସାହେବ କହୁଥିଲେ । ଅଧିକାର ମାଗିଲେ ମିଳେନି, ସଂଘର୍ଷ କରି ଛଡ଼ାଇ ଆଣିବାକୁ ପଡ଼େ। କେନ୍ଦ୍ର ସରକାର ବାରମ୍ବାର ସମ୍ବିଧାନ ବଦଳାଇ ନିଜକୁ ସୁହାଇଲା ଭଳି ଆଇନ ପ୍ରଣୟନ କରୁଥିବାରୁ ଆମ ସମ୍ବିଧାନ ଏବେ ବିପଦରେ ଅଛି। ଆମେ ସଂଗଠିତ ହୋଇ ସଂଘର୍ଷ କରି ଆମ ସମ୍ବିଧାନକୁ ବଞ୍ଚାଇବାକୁ ପଡ଼ିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ନରେନ୍ଦ୍ର କୁମାର ସାହୁ,ଅଜୟ କୁମାର ସେଠୀ ଯୋଗଦେଇ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ । ଆମ୍ବେଦକର ସେବା ସଂଘ ସମ୍ପାଦକ ସଞ୍ଜୟ କୁମାର ନାୟକ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ଓ ଆମ୍ବେଦକର ସେବା ସଂଘର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande