ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ରହିଛି
କେନ୍ଦ୍ରାପଡା, , 11 ମାର୍ଚ୍ଚ (ହି.ସ.) ଇରାନ୍ ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ଜିଲ୍ଲାରେ ଡିଜେଲ୍ ଓ ପେଟ୍ରୋଲ୍ ଇନ୍ଧନ ଗ୍ୟାସ୍ ସୁଚାରୁରୂପେ ଯୋଗାଣ ଦିଆଯାଉଛି । ଏ ନେଇ ଜିଲ୍ଲାର ସମସ୍ତ ପେଟ୍ରୋଲ୍ ପମ୍ପ ମାଲିକ, ଇନ୍ଧନ ଗ୍ୟାସ୍ ଡିଲରମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍
ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ରହିଛି


କେନ୍ଦ୍ରାପଡା, , 11 ମାର୍ଚ୍ଚ (ହି.ସ.) ଇରାନ୍ ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ଜିଲ୍ଲାରେ ଡିଜେଲ୍ ଓ ପେଟ୍ରୋଲ୍ ଇନ୍ଧନ ଗ୍ୟାସ୍ ସୁଚାରୁରୂପେ ଯୋଗାଣ ଦିଆଯାଉଛି । ଏ ନେଇ ଜିଲ୍ଲାର ସମସ୍ତ ପେଟ୍ରୋଲ୍ ପମ୍ପ ମାଲିକ, ଇନ୍ଧନ ଗ୍ୟାସ୍ ଡିଲରମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଇନ୍ଧନ ଗ୍ୟାସ୍ ଖାଉଟି ମାନଙ୍କୁ ଠିକ୍ ସମୟରେ ପହଁଚାଇବା ସହିତ ପେଟ୍ରୋଲ୍ ଡିଜେଲ୍ ଜନସାଧାରଣଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରହିଥିବା ଉକ୍ତ ସମୀକ୍ଷା ବୈଠକରେ ପ୍ରକାଶ କରାଯାଇଛି । ଏଥିରେ କୈାଣସି ବ୍ୟକ୍ତିବ୍ୟସ୍ତ ହେବାର ନାହିଁ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ଓ ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ, ନିରୀକ୍ଷକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande