ଚାଷୀ ହତାଶ : ବନ ବିଭାଗ ପକ୍ଷରୁ ମିଳିପାରୁନି ଉପଯୁକ୍ତ କ୍ଷତିପୂରଣ
ଚାଷୀ ହତାଶ : ବନ ବିଭାଗ ପକ୍ଷରୁ ମିଳିପାରୁନି ଉପଯୁକ୍ତ କ୍ଷତିପୂରଣ
ଚାଷୀ ହତାଶ : ବନ ବିଭାଗ ପକ୍ଷରୁ ମିଳିପାରୁନି ଉପଯୁକ୍ତ କ୍ଷତିପୂରଣ


ଚାଷୀ ହତାଶ : ବନ ବିଭାଗ ପକ୍ଷରୁ ମିଳିପାରୁନି ଉପଯୁକ୍ତ କ୍ଷତିପୂରଣ


ଚାଷୀ ହତାଶ : ବନ ବିଭାଗ ପକ୍ଷରୁ ମିଳିପାରୁନି ଉପଯୁକ୍ତ କ୍ଷତିପୂରଣ


ଚାଷୀ ହତାଶ : ବନ ବିଭାଗ ପକ୍ଷରୁ ମିଳିପାରୁନି ଉପଯୁକ୍ତ କ୍ଷତିପୂରଣ


ଚାଷୀ ହତାଶ : ବନ ବିଭାଗ ପକ୍ଷରୁ ମିଳିପାରୁନି ଉପଯୁକ୍ତ କ୍ଷତିପୂରଣ


ସମ୍ବଲପୁର, ୧୨, ମାର୍ଚ୍ଚ (ହି.ସ.)

ସମ୍ବଲପୁର ଜିଲ୍ଲା ବାମରା ବନ୍ଯପ୍ରାଣୀ ବନଖଣ୍ଡ ଅଧିନରେ ଥିବା ଜମନକିରା, କୁଚିଣ୍ଡା, ବାମରା, ବଡରମା, ପଳାଶୁଣୀ ରେଞ୍ଜ ଅଧିନସ୍ଥ ପ୍ରାୟ ୩୪୦୦ ଜଣ ଚାଷୀ ବନ୍ୟପ୍ରାଣୀ ଜନିତ କ୍ଷୟକ୍ଷତି ପାଇଁ ଆବେଦନ କରିଥିବା ବେଳେ ବନ ବିଭାଗ ପକ୍ଷରୁ ମାତ୍ର ୧୩୦୦ ଜଣ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ କରିଛି । ଆହୁରି ୨୧୦୦ ଜଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ କ୍ଷୟକ୍ଷତି ପ୍ରଦାନ କରାଯାଇ ପାରିନାହିଁ। ପ୍ରତି ବର୍ଷ ଚାଷ କାର୍ଯ୍ୟ ଆରମ୍ଭ ରୁ ବନ୍ୟଜନ୍ତୁ ବଡ଼ରମା ରେଞ୍ଜ, ଜମନକିରା ରେଞ୍ଜ ଏବଂ ପଳାଶୁଣୀ ରେଞ୍ଜ ରେ ହାତୀ ଉପଦ୍ରବ୍ୟ ଅଧିକ ରହିଥାଏ ଯାହା ଫଳରେ ଏହି ରେଞ୍ଜ ଅଧିନସ୍ଥ ଗାଁର ଚାଷୀଙ୍କୁ ଅନେକ ବାଧାବିଘ୍ନ ସହିବାକୁ ପଡିଥାଏ ହେଲେ ଏଭଳି ପରିସ୍ଥିତିରେ ବନ ବିଭାଗ ପକ୍ଷରୁ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ ନ କରିବା ଚିନ୍ତାର ବିଷୟ।

ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଚାଷୀ ର କ୍ଷୟକ୍ଷତି ଆକଳନ କରି ବନବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ଚାଷୀଙ୍କୁ ଏହି ଅନୁଦାନ ଦେବାରେ ବନ ବିଭାଗ ପକ୍ଷରୁ ଅବହେଳା କରାଯାଉଛି ଯାହା ଫଳରେ ଚାଷୀଙ୍କୁ ଏହି ରାଶି ମିଳିବାରେ ପ୍ରାୟ ୬ ମାସ ଲାଗିଯାଉଥିବା ଅଭିଯୋଗ ହୋଇଛି। ବର୍ତମାନ ଚାଷୀ ତାର ଅମଳ ଧାନ ବିକ୍ରି କରି ଟଙ୍କା ପାଇଥିବା ବେଳେ ଚାଷ ଆରମ୍ଭରୁ ହୋଇଥିବା କ୍ଷୟକ୍ଷତି ର ସହାୟତା ରାଶି ଚାଷୀଙ୍କୁ ମିଳିପାରିନାହିଁ। ଏପରିକି ଅନୁକମ୍ପା ରାଶି ପାଇଁ ଅନଲାଇନରେ ଆବେଦନ ମଧ୍ୟ ହୋଇଛି ଏବଂ ବାମରା ଡି.ଏଫ.ଓ ଙ୍କ ଅଡର ପାସ ହୋଇଥିବା ମଧ୍ୟ ଅନଲାଇନରେ ଦେଖାଯାଉଥିବା ବେଳେ ଚାଷୀଙ୍କ ଏକାଉଣ୍ଟରେ ସହାୟତା ରାଶି ମିଳିନି। ଜମନକିରା ଓ ବଡରମା ସେକ୍ସନ ବଡ଼ମାଳ, ଲଦ୍ରୋପାଳ, ଭାଲୁଡ଼ିହି, ବଞ୍ଜାରୀ, ଚାନ୍ଦିପୋଷି, ଗୁନ୍ଦଲପାଣି, କଟଙ୍ଗପାଣି, କଲାପାଟ, ସାଉଁତିମାଲ, ଫୁଲକୁସମ, ସର୍ଡl, ଭୂତେଲ, ଉଡ଼ସୁଙ୍ଗ ଆଦି ଗ୍ରାମରେ ହାତୀ ଉପଦ୍ରଵ ହୋଇଛି ଏବଂ ଏହି ଅଞ୍ଚଳ ର ଚାଷୀଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇନାହିଁ l ବଡ଼ମାଳ ଗ୍ରାମର ବବଲୁ ପଟେଲ ଙ୍କ କହିବା ଅନୁଯାଇ ବନବିଭାଗ ଚାଷୀ ଙ୍କୁ ସହାୟତା ରାଶି ଦେବାରେ ଅବହେଳା କରୁଛି ପୂର୍ବରୁ ଚାଷୀଙ୍କୁ ଏକ ମାସରେ ସହାୟତା ରାଶି ପ୍ରଦାନ କରାଯାଉଥିଲା ହେଲେ ବର୍ତମାନ ଏହି ରାଶି ପ୍ରଦାନ କରିବାକୁ କାହିଁକି ବନ ବିଭାଗ ବିଳମ୍ବ କରୁଛି। ଯଦି ବନ ବିଭାଗ ଚାଷୀଙ୍କୁ ସହାୟତା ପ୍ରଦାନ କରିପାରୁ ନାହିଁ ତା ହେଲେ କଣ ପାଇଁ ଚାଷୀଙ୍କୁ ମିଛ ପ୍ରତିଶୃତି ଦେଉଛି। ବନ ବିଭାଗ ବଡ଼ମାଲ ଚାଷୀଙ୍କୁ ହଇରାଣ କରୁଛି ଏଣୁକରି ଆମେ ଆଉ ବନ ବିଭାଗକୁ ସହାୟତା କରିବୁ ନାହିଁ ବୋଲି କହିଛନ୍ତି। ସେହିପରି ଫୁଲକୁସମ ଗ୍ରାମର ଜଣେ ଚାଷୀ ବିଜୁ ଭାଇ ଙ୍କ କହିବା ଅନୁଯାଇ ପୂର୍ବରୁ ମଧ୍ୟ୍ୟ ହାତୀ ଉପଦ୍ରଵ ଚାଲି ରହିଥିଲା ଏବଂ ଆମ୍ଭେ କ୍ଷତି ସହୁଥିଲୁ କିନ୍ତୁ ବର୍ତ୍ତମାନ ବନବିଭାଗ ନିଜେ ଆସି ଲାଳସା ଦେଖାଇ ତାଙ୍କ କର୍ତ୍ତବ୍ୟ ପୂରଣ କରୁନାହାନ୍ତି ଯାହାଫଳରେ ଆଗକୁ ଆମ ଗ୍ରାମବାସୀ ଙ୍କ ପକ୍ଷରୁ ମଧ୍ୟ ବନବିଭାଗ କୁ କୋୖଣସି ସହଯୋଗ ଦେବୁନି ବୋଲି କହିଛନ୍ତି l ସେହିପରି ସାନବାଦୀବାହାଲ -ଗ୍ରାମର ବାସନ୍ତୀ ପରୁଆ ଙ୍କ କହିବା ଅନୁଯାଇ ଆମ ଚାଷ ନଷ୍ଟ ହୋଇଛି ଏବଂ ଆବେଦନ ମଧ୍ୟ କରିଛୁ ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ମିଳିନାହିଁ ଏବଂ ଏ ସମ୍ପର୍କ ରେ ରେଞ୍ଜର, ଫୋରେଷ୍ଟର, ଗାର୍ଡ ମାନଙ୍କୁ ପଚାରିଲେ କେହି କିଛି ସଠିକ ଭାବେ କହି ପାରୁନାହାନ୍ତି ଖାଲି ତମ ଟଙ୍କା ଯଥାଶୀଘ୍ର ପାଇଯିବ ବୋଲି କହୁଛନ୍ତି। ହେଲେ ବାମରା ଡ଼ିଏଫଓଙ୍କୁ ଭେଟିଲେ କହିବି ଭାବୁଛି ହେଲେ ଡ଼ିଏଫଓ କେଭେ ଆମ ଗ୍ରାମକୁ ଆସିବେ ତାହା ଅପେକ୍ଷାରେ ଅଛି। ଡ଼ିଏଫଓ ଖାଲି ରେଞ୍ଜ ରେ ମିଟିଙ୍ଗ କରି ପଳାଉଛନ୍ତି ଗ୍ରାମକୁ ଆସିଲେ ଆମେ ତାଙ୍କୁ ଭେଟ ହୋଇ ସୁଭିଧା ଅସୁବିଧା କହିବୁ ରେଞ୍ଜର ମାନେ ତ ଖାଲି ଠକୁଛନ୍ତି। ସେହିପରି ବିଶ୍ୱାଳପାଲି ଗ୍ରାମର ରଞ୍ଜିତା ପଟେଲଙ୍କ କହିବା ଅନୁଯାଇ ପୂର୍ବରୁ ହାତୀ ମୋ ଫସଲ ଉପଦ୍ରଵ କଲେ ବନ ବିଭାଗ ପକ୍ଷରୁ ୧ ଏକର ପିଛା ୭ ହଜାର ଟଙ୍କା ହିଁ ଦେଇଛନ୍ତି l କିନ୍ତୁ ହାତୀ ପୁଣି ଦ୍ୱିତୀୟ ଥର ଉପଦ୍ରଵ ରେ ଆବେଦନ କରିଥିବା ଦ୍ୱିତୀୟ ଆବେଦନ ଏବେ ଯାଏଁ ବନ ବିଭାଗ ସହାୟତା ଦେଇ ନାହାନ୍ତି ବନ ବିଭାଗ ଅଧିକାରୀ କେବଳ ଅଫିସରେ ଆସି ବସି ଚାଲିଯାଉଛନ୍ତି ଲୋକଙ୍କ ସହ ସାକ୍ଷାତ କରୁନାହାନ୍ତି ଯାହା ଫଳରେ ଆମ୍ଭେ ତାଙ୍କୁ କିଛି କହି ପାରୁନାହୁଁ ବୋଲି କହିଛନ୍ତି। ତେଣୁକରି ବାମରା ଡ଼ିଏଫଓ ବିକ୍ରମଦେବ ପଟ୍ଟନାୟକ ଏହି ଘଟଣାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଚାଷୀଙ୍କୁ ଯଥାଶୀଘ୍ର ସହାୟତା ରାଶି ପ୍ରଦାନ କରିବାକୁ ସାଧାରଣ ରେ ଦାବି ହୋଇଛି। ଏ ସମ୍ପର୍କରେ ବାମରା ଡ଼ିଏଫଓ ବିକ୍ରମଦେବ ପଟ୍ଟନାୟକଙ୍କୁ ପଚାରିବାରୁ ଚାଷୀଙ୍କ ଆବେଦନ ମଞ୍ଜୁର ହୋଇଯାଇଛି । ଆମ ପାଖକୁ ଯେତିକି ଟଙ୍କା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା ତାହା ଆମେ ବାଣ୍ଟି ଦେଇଛୁ । ଆମ ପାଖରେ ଆଉ ଟଙ୍କା ନାହିଁ । ଟଙ୍କା ଆସିଲେ ଆମେ ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଦାନ କରିବୁ ବୋଲି କହିଛନ୍ତି। ବର୍ତମାନର ଫାଇନାନସିଏଲ ର ଶେଷ ମାସ ଥିବାରୁ କିଛି ବିଳମ୍ବ ହେଉଛି । ଆମେ ଚେଷ୍ଟା କରୁଛୁ, ଯଥାଶୀଘ୍ର ଅନୁଦାନ ଅର୍ଥ ଆସିବା ମାତ୍ରେ ଆମେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande