
ଚମ୍ପୁଆ,, 12 ମାର୍ଚ୍ଚ (ହି.ସ.): ଚମ୍ପୁଆ ଥାନା ଶିରପୁର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘଟଣା ଅନୁସାରେ ଶିରପୁର ଗାଁର ସନାତନ ସର୍ଦ୍ଦାରଙ୍କ ସ୍ତ୍ରୀ ସୋମବାରୀ ସର୍ଦ୍ଦାର (୬୫) ସେହି ଗାଁର ଚନ୍ଦ୍ର ସର୍ଦ୍ଦାରଙ୍କ ସ୍ତ୍ରୀ ସୋମବାରୀ ସର୍ଦ୍ଦାର(୯୦)ଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ଜଣାପଡିଛି । ମୃତକ ସୋମବାରୀ ସର୍ଦ୍ଦାର ଓ ସେହି ଗାଁର ସୋମବାରୀ ଉଭୟେ ଗତକାଲି ସନ୍ଧ୍ୟାରେ ଗୋଟିଏ ସ୍ଥାନରେ ହାଣ୍ଡିଆ ମଦ ଖାଇ ବଚସା କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଅଭିଯୁକ୍ତ ବୃଦ୍ଧା ସୋମବାରୀ ସର୍ଦ୍ଦାର ଏକ ଠେଙ୍ଗା ସାହାଯ୍ୟରେ ଉକ୍ତ ବୃଦ୍ଧାଙ୍କ ମୁଣ୍ଡକୁ ବାଡେଇବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଚମ୍ପୁଆ ପୁଲିସ ଆଇଆଇସି ସ୍ୱରୂପ ନାୟକ ତଦନ୍ତ କରି ଅଭିଯୁକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଚମ୍ପୁଆ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta