ବିଧାୟକଙ୍କ ଲାଗି ଅଟକିଥିବା ଜବରଦଖଲ ଉଛେଦ କାମ ରାମ ନବମୀ ପରେ ହେବ- ପାନପୋଷ ଉପଜିଲ୍ଲାପାଳ
ରାଉରକେଲା, ୧୨ ମାର୍ଚ୍ଚ (ହି.ସ.)- ରାଉରକେଲା ରେଳ ଷ୍ଟେସନ ପାଖରେ ଓ ସହରର ମୁଲ୍ୟବାନ ଯାଗାରେ ଜଣେ ବ୍ୟବସାୟୀ ସରକାରୀ ଜମିର ଜବରଦଖଲ କରି ନିଜର ହୋଟେଲ ବ୍ୟବସାୟ କରିବା ମାମଲାରେ ସରକାର, ଜିଲ୍ଲା ପ୍ରଶାସନ ଓ ନ୍ୟାୟାଳୟ ସେହି ଜବରଦଖଲକୁ ଉଛେଦ ଲାଗି ଆଦେଶ ଦେବା ଓ ପ୍ରଶାସନ ସେଠାରେ ପହଁଚି ଜବରଦଖଖଲ
ବିଧାୟକ ଙ୍କ ଲାଗି ଅଟକିଥିବା ଜବରଦଖଲ ଉଛେଦ କାମ ରାମ ନବମୀ ପରେ ହେବ, ପାନପୋଷ ଉପଜିଲ୍ଲାପାଳ


ରାଉରକେଲା, ୧୨ ମାର୍ଚ୍ଚ (ହି.ସ.)- ରାଉରକେଲା ରେଳ ଷ୍ଟେସନ ପାଖରେ ଓ ସହରର ମୁଲ୍ୟବାନ ଯାଗାରେ ଜଣେ ବ୍ୟବସାୟୀ ସରକାରୀ ଜମିର ଜବରଦଖଲ କରି ନିଜର ହୋଟେଲ ବ୍ୟବସାୟ କରିବା ମାମଲାରେ ସରକାର, ଜିଲ୍ଲା ପ୍ରଶାସନ ଓ ନ୍ୟାୟାଳୟ ସେହି ଜବରଦଖଲକୁ ଉଛେଦ ଲାଗି ଆଦେଶ ଦେବା ଓ ପ୍ରଶାସନ ସେଠାରେ ପହଁଚି ଜବରଦଖଖଲ ଉଛେଦ ଲାଗି ଉଦ୍ୟମ କରିବା ସତ୍ୱେ ରାଉରକେଲା ବିଧାୟକ ସାରଦା ନାୟକଙ୍କ ବିରୋଧ ଲାଗି ଉଛେଦ କାମ ବନ୍ଦ ହୋଇଥିବା ଘଟଣାରେ ପ୍ରଶାସନ ଭିନ୍ନ ପଦକ୍ଷେପ ନେବା ସହ ଆଗାମୀ ରାମନବମୀ ପରେ ସେହି ହୋଟେଲ ଓ ଅନ୍ୟ କିଛି ଜବରଦଖଲକୁ ଉଛେଦ କରିବାକୁ ନିଷ୍ପତି ନେଇଛି ବୋଲି ଆଜି ପାନପୋଷ ଉପଜିଲ୍ଲାପାଳ ବି.କେ. ନାୟକ କେତେକ ପ୍ରଶ୍ନର ଉତରରେ କହିଛନ୍ତି । ତେବେ ଗାନ୍ଧୀ ରୋଡ ରାଉରକେଲାରେ ହୋଇଥିବା ଏହି ଜବରଦଖଲ ମାମଲାର ଉଛେଦ ଲାଗି ପ୍ରଶାସନ ଉଦ୍ୟମ କରିବା ବେଳେ ବିଧାୟକ ସାରଦା ବାବୁ ଏହାକୁ ବିରୋଧ କରି ସମଗ୍ର ରାଜ୍ୟରେ ଚର୍ଚ୍ଚିତ ହୋଇଥିଲେ, ଯାହାକୁ ଲୋକେ ସମାଲୋଚନା ମଧ୍ୟ କରିଥିଲେ ଓ କହିଥିଲେ ସାରଦା ବାବୁ କୋଟିପତି ଜବରଦଖଲକାରୀଙ୍କ ନେତା, ଗରୀବଙ୍କର ନୁହେଁ । ତେବେ ସେତେବେଳେ ସେ ପ୍ରଶାସନ କଥା ଶୁଣି ନଥିବା ବେଳେ ପ୍ରଶାସନ ମଧ୍ୟ ତାଙ୍କୁ ଗିରଫ କରିନଥିଲା । ତେବେ ତାଙ୍କ ସହ ଏହା ଭିତରେ କଥାବାର୍ତା ସରିଛି ଓ ରାମ ନବମୀ ପରେ ସେହି ସବୁ ଜବରଦଖଲକୁ ମୁକ୍ତ କରାଜିବ ବୋଲି ଉପ ଜିଲ୍ଲାପାଳ ଶ୍ରୀ ନାୟକ କହିଛନ୍ତି । ତେବେ ଏହି ମାମଲାରେ ପୁଲିସର ସହଯୋଗ ନିହାତି ଦରକାର ବୋଲି ସେ କହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାଉରକେଲା ତହସିଲଦାର ସେହି ଯାଗାକୁ ଉଛେଦ ଲାଗି ପୁଲିସ ସହଯୋଗ ମାଗି ଆଠ ମାସ ପରେ ପୁଲିସ ସହଯୋଗ ପାଇଥିଲେ କିନ୍ତୁ ସାରଦା ବାବୁଙ୍କ ବିରୋଧ ଲାଗି ସବୁ ଫସର ଫାଟିଗଲା, ତେବେ ରାମ ନବମୀ ପରେ ଯଦି ପୁଲିସ ସେହିଭଳି ଆଠ ମାସ ପରେ କିମ୍ବା ବର୍ଷ ବର୍ଷ ପରେ ପୁଲିସ ସହଯୋଗ ଦିଏ ତେବେ ବୁଝିବାକୁ ପଡିବ ଯେ ସେହି ଜବରଦଖଲକାରୀଙ୍କର ରାଉରକେଲା ପ୍ରଶାସନ ଓ ବିଧାୟକଙ୍କ ଉପରେ କେତେ ଦଖଲ ରହିଛି । କାରଣ ହାଇକୋର୍ଟଙ୍କ ଯେଉଁ ଆଦେଶ ଦେଉଛନ୍ତି ତାକୁ ପାଳନ ଲାଗି ତହସିଲଦାର ଉଦ୍ୟମ କଲାବେଳେ କୋର୍ଟଙ୍କ ଆଦେଶ ପାଳନ ଲାଗି ପୁଲିସକୁ ଆଠମାସ ସମୟ ଲାଗୁଛି, ସେତିକି ବେଳେ ବିଧାୟକ କୋର୍ଟଙ୍କ ଆଦେଶକୁ ବାସିପାଣିରେ ନପଚାରି ଆଗକୁ ଆସି ସବୁ ଉଛେଦ କାମକୁ ବନ୍ଦ କରିଦେଉଛନ୍ତି , ସେହି ଅପରାଧ ଲାଗି ତାଙ୍କୁ ମଧ୍ୟ ଗିରଫ କରାଯାଇପାରୁନି, ବାବୁ ମାନେ ହାତ ବାନ୍ଧି ଫେରୁଛନ୍ତି, ଏଭଳି ସ୍ଥିତି ଲାଗି ଏସବୁକୁ କୁହାଯାଉଛି ଏହା ସବୁ ପକ୍ଷର ମିଳାମିଶା କାରବାର ସରକାର ଭକୁଆ । ଏଭଳି ସ୍ଥିତି ଲାଗି ଆଜି ସହରରେ ଶହ ଶହ କୋଟି ଟଙ୍କାର ଯାଗା ଆଜି ଜବରଦଖଲ ହୋଇ ରହିଛି ଓ ଜବରଦଖଲକାରୀମାନେ ପିଢି ପରେ ପିଢି ନିଜର ବ୍ୟବସାୟ ଓ କାରବାର ଚଳାଇ ଚାଲିଛନ୍ତି । ବିଶେଷ କରି ଗତ ୨୪ ବର୍ଷ ଶାସନ କାଳରେ ଏଭଳି କାରବାର ଚରମସୀମାରେ ପହଁଚିଛି ଓ ବର୍ତମାନ ସରକାରରେ ବାବୁ ମାନେ ସେହି ଢଙ୍ଗରେ କାମ କରିଚାଲିଛନ୍ତି । ସରକାରୀ ବାବୁ ମାନେ ସରକାରଙ୍କର ଜମି ଓ ସଂପତିକୁ ଜଗିବା ଲାଗି ଦାୟିତ୍ୱ ନେଇ ଦରମା ସୁବିଧା ସୁଯୋଗ ପାଉଥିବା ବେଳେ ଦାୟିତ୍ବ ପାଳନ କରିବାରେ ବିଫଳ ହୋଇଛନ୍ତି । ଖାଲି ରାଉରକେଲା ନୁହେଁ ବେଦବ୍ୟାସ, ଲାଠିକଟା, କୁଆଁରମୁଣ୍ଡା, ବିଶ୍ରା ଅଁଚଳରେ ଜଂଗଲ ଜମୀ ସଂରକ୍ଷିତ ପାହାଡ ଓ ଜଂଗଲ ଜମି ସମେତ ଖାଲି ଥିବା ସରକାରୀ ଜମି ଗୁଡିକୁ ପୈତୃକ ସଂପତି ଭଳି ଜବରଦଖଲକାରୀ ମାନଙ୍କ ହାତକୁ ଟେକି ଦିଆଯାଉଛି। ପ୍ରଶାସନର ମୁଖିଆ ମାନେ ଏସି ରୁମରେ ବସି ଏସବୁକୁ ନେଇ ଫାଇଲ ଚାଷ କରି ଏ ଜିଲ୍ଲାରୁ ମହୁ ଖାଇ ଚାଲିଯାଉଛନ୍ତି । ଫଳରେ ଏହି ସବୁ ଅଁଚଳରେ ଆଉ ସରକାରୀ ଜମି ମିଳୁ ନାହିଁ। ଫଳରେ ସରକାରୀ ପ୍ରକଳ୍ପ ଗୁଡିକ ହୋଇପାରୁନାହିଁ । ତେବେ ପାନପୋଷ ଉପଜିଲ୍ଲାପାଳ ଯାହା କହିଛନ୍ତି ଯଦି ରାମନବମୀ ପରେ ଏସି ସବୁ ଜବରଦଖଲ ଯାଗା ସମେତ ଚିହ୍ନଟ ହୋଇଥିବା ଜବରଦଖଲ ଗୁଡିକୁ ଉଛେଦ କରାଯାଏ ତେବେ ରାଉରକେଲାରେ ନୂଆ ଇତିହାସ ସୃଷ୍ଟି ହେବ ବୋଲି ମତପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande