
ଜୟପୁର, ୧୨ ମାର୍ଚ୍ଚ (ହି.ସ.)ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଓ ନିରିକ୍ଷକ କାଯ୍ୟାଳୟ ତରଫରୁ ମିଳିତ ଚଢଉ କରାଯାଇ ୪ ଅଭିଯୁକ୍ତଙ୍କୁ ଗିରଫ କରି ୩୪ ଲିଟର ଦେଶି ମଦ ଜବତ କରିଛି । ଦେଶି ମଦ ଚାଲାଣ ସୂଚନା ପାଇ ଧଡରିଗୁଡା ଗ୍ରାମ ରାସ୍ତାରେ ଚଢଉ କରି ସାଧୁ ଚଲାଣକୁ ଗିରଫ କରି ତା' ଠାରୁ ୮ ଲିଟର ଦେଶି ମଦ ଜବତ କରିଛି । କୁମୁଲିପୁଟରେ ଚଢଉ କରି ଦଣ୍ଡସେନାଗୁଡା ଗ୍ରାମର ଘାସି ରାମ ଭତାବାଇ ଓ ମୋହନ ମୁଦୁଲିକୁ ଗିରଫ କରି ୧୮ ଲିଟର ଦେଶି ମଦ ଜବତ କରିଛି । ସେହିପରି ସାନମୁଣ୍ଡାଗୁଡା ଗ୍ରାମ ରାସ୍ତାରେ ଚଢଉ କରି ସନମତି ବିଷୋୟୀକୁ ଗିରଫ କରି ୮ ଲିଟର ଦେଶି ମଦ ଜବତ କରିଛି । ମୋଟ ୪ ଜଣଙ୍କୁ ଗିରଫ କରି ତା' ଠାରୁ ୩୪ ଲିଟର ଦେଶି ମଦ ଜବତ କରି କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଅବକାର ନିରିକ୍ଷକ ଅଜୟ ନାୟକ ଓ ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି