ଗ୍ୟାସ ନେବାପାଇଁ ଲମ୍ବା ଧାଡି, ଖାଉଟୀ ହନ୍ତସନ୍ତ
କେନ୍ଦ୍ରାପଡା, ୧୨ ମାର୍ଚ୍ଚ (ହି.ସ.)- ପାଶ୍ଚାତ୍ୟ ରାଷ୍ଟ୍ରରେ ଯୁଦ୍ଧ ଚାଲିଥିବାରୁ ଇନ୍ଧନ ଗ୍ୟାସ ଅଭାବ ଥିବା ଗୁଜବ ସୃଷ୍ଟି ହେଉଛି । ଜିଲ୍ଲାର ବିଭିନ୍ନ ଗ୍ୟାସ ବିତରକଙ୍କ ପାଖରେ ଗ୍ୟାସ ନେବାପାଇଁ ହଜାର ହଜାର ଖାଉଟୀଙ୍କର ଭିଡ ଦେଖା ଦେଇଛି । ଖାଉଟୀମାନେ ସେମାନଙ୍କ ସିଲିଣ୍ଡର ଲମ୍ବା ଧାଡିରେ ରଖି ଘଣ
------ଗ୍ୟାସ ନେବାପାଇଁ ଲମ୍ବା ଧାଡି, ଖାଉଟୀ ହନ୍ତସନ୍ତ


କେନ୍ଦ୍ରାପଡା, ୧୨ ମାର୍ଚ୍ଚ (ହି.ସ.)- ପାଶ୍ଚାତ୍ୟ ରାଷ୍ଟ୍ରରେ ଯୁଦ୍ଧ ଚାଲିଥିବାରୁ ଇନ୍ଧନ ଗ୍ୟାସ ଅଭାବ ଥିବା ଗୁଜବ ସୃଷ୍ଟି ହେଉଛି । ଜିଲ୍ଲାର ବିଭିନ୍ନ ଗ୍ୟାସ ବିତରକଙ୍କ ପାଖରେ ଗ୍ୟାସ ନେବାପାଇଁ ହଜାର ହଜାର ଖାଉଟୀଙ୍କର ଭିଡ ଦେଖା ଦେଇଛି । ଖାଉଟୀମାନେ ସେମାନଙ୍କ ସିଲିଣ୍ଡର ଲମ୍ବା ଧାଡିରେ ରଖି ଘଣ୍ଟା ଘଣ୍ଟା ଅପେକ୍ଷା କରି ଗ୍ୟାସ ନପାଇ ଫେରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଓ ଗ୍ୟାସ ବିତରକ ମାନଙ୍କ ସହ ବସିଥିବା ବୈଠକରେ କୈାଣସି ଖାଉଟୀ ଗ୍ୟାସ ନେବାରେ ଅସୁବିଧାର ସମ୍ମୁଖୀନ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ବିତରକ ମାନଙ୍କୁ ତାଗିଦ କରିଥିଲେ । କିନ୍ତୁ ଗୁରୁବାର ଲମ୍ବା ଧାଡିରେ ଗ୍ୟାସ ନେବାପାଇଁ ଶହ ଶହ ସଂଖ୍ୟାରେ ଖରାରେ ଖାଉଟୀ ଛିଡା ହୋଇ ନିରାଶ ହୋଇ ଫେରିବା ପରେ ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଖାଉଟୀ ମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande