ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନିଜ  ପ୍ଲାନରେ ଚାଲିଛି -କଳିକେଶ ସିଂହଦେଓ
ଭୁବନେଶ୍ୱର, 15 ମାର୍ଚ୍ଚ (ହି.ସ.) ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନିଜ ପ୍ଲାନରେ ଚାଲିଛି । ବିଜେଡି ବିଧାୟକ ମାନେ ନବୀନ ନିବାସରେ ଅଛନ୍ତି । ଏହା କହିଛନ୍ତି ବିଜେଡି ବିଧାୟକ କଲିକେଶ ସିଂହଦେଓ । ବିଜେପି ସହିତ ବିଜେଡି ବିଧାୟକମାନେ ଯୋଗାଯୋଗରେ ଥିବା ଅଭି
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନିଜ  ପ୍ଲାନରେ ଚାଲିଛି -କଳିକେଶ ସିଂହଦେଓ


ଭୁବନେଶ୍ୱର, 15 ମାର୍ଚ୍ଚ (ହି.ସ.) ରାଜ୍ୟସଭା

ନିର୍ବାଚନ ପାଇଁ ବିଜେଡି ନିଜ ପ୍ଲାନରେ ଚାଲିଛି । ବିଜେଡି ବିଧାୟକ

ମାନେ ନବୀନ ନିବାସରେ ଅଛନ୍ତି । ଏହା କହିଛନ୍ତି ବିଜେଡି ବିଧାୟକ କଲିକେଶ ସିଂହଦେଓ ।

ବିଜେପି ସହିତ

ବିଜେଡି ବିଧାୟକମାନେ ଯୋଗାଯୋଗରେ ଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି

ଯେ., ସମସ୍ତ ବିଧାୟକ ପ୍ରତିଦିନ ସକାଳେ ନବୀନ

ନିବାସରେ ବୈଠକରେ ଉପସ୍ଥିତ ରହୁଛନ୍ତି। ଏପରି ପରିସ୍ଥିତିରେ କେଉଁ ପ୍ରକାର ଯୋଗାଯୋଗ କରୁଛି

ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ କିନ୍ତୁ ଘୋଡ଼ା

ବେପାର ଉଦ୍ୟମ କରାଯାଉଛି। ଘୋଡ଼ା ବେପାର ର

ପ୍ରମାଣ ଖୁବ୍ ଶୀଘ୍ର ମିଳିବ। ବିଜେଡି ବିଧାୟକ ବିଜେଡି ସହ ରହିବେ। କିଛି ଅସୁବିଧା ନହିଁ।

ଅନ୍ୟ

ପକ୍ଷରେ ବିଜେଡି ବିଧାୟକ ବଦ୍ରୀ ପାତ୍ର କହିଛନ୍ତି ଯେ, ଭୋଟ କିପରି ନିର୍ଭୁଲ ଭାବେ ରହିବ ସେ

ନେଇ ଆଲୋଚନା ହେଉଛି। ସବୁ ବିଧାୟକଙ୍କ ସମର୍ଥନ ରହିବ ବୋଲି ଆଶା ରହିଛି। ବିଜେଡି ସୁପ୍ରିମୋ ସବୁ

ବିଧାୟକଂକ ସହ ଯୋଗାଯୋଗରେ ଅଛନ୍ତି। ସବୁ ବିଧାୟକ ବିଜେଡି ସହିତ ରହିବେ। କିଏ

କୌଣସି କାରଣ ପାଇଁ ବୈଠକରେ ଯୋଗ ଦେଇନଥିବେ , କିନ୍ତୁ ନବୀନ

ପଟ୍ଟନାୟକଙ୍କ ସହ ସମସ୍ତେ ଯୋଗାଯୋଗରେ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande