
ଭୁବନେଶ୍ୱର, ୧୫ ମାର୍ଚ୍ଚ (ହି.ସ.): ଆସନ୍ତା କାଲି ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଦଳ ପକ୍ଷରୁ ଏଜେଂଟ ଭାବେ ଦାୟିତ୍ୱ ନିର୍ବାହ କରିବେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ସୂଚନା ଦେଇଛନ୍ତି ।
ଗତ କାଲି କଂଗ୍ରେସର ଜଣେ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ସହ ଦଳ ପକ୍ଷରୁ ଯୋଗାଯୋଗ ହୋଇ ପାରୁ ନ ଥିବା ବେଳେ ଆଜି ତାଙ୍କ ସହ ଯୋଗାଯୋଗ ହୋଇଥିବା କାଡାମ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ସହ ଯୋଗାଯୋଗ ହୋଇଛି ଏବଂ ସେ ସାଧାରଣ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। କାଡାମଙ୍କ ଅନୁସାରେ, ଦଳର ସମସ୍ତ ୧୪ ଜଣ ବିଧାୟକ ଏକତାବଦ୍ଧ ଅଛନ୍ତି।
ସେ ଆହୁରି କହିଛନ୍ତି ଯେ ବାହାରେ ଥିବା ବିଧାୟକମାନେ ଠିକ୍ ସମୟରେ ଆସି ପହଁଚିବେ। କଂଗ୍ରେସ ସହିତ ଆମେ ରହିଛୁ ଏବଂ ଦଳର ନିଷ୍ପତ୍ତିକୁ ସମସ୍ତେ ମାନିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।
କଟକ ବିଧାୟକ ସୋଫିଆଙ୍କ ବକ୍ତବ୍ୟ ସମ୍ବନ୍ଧରେ ଜାଣିନଥିବା କଥା କହି କାଡାମ ଜୋର ଦେଇ କହିଛନ୍ତି ଯେ ସମସ୍ତେ ଦଳର ନିଷ୍ପତ୍ତିକୁ ଅନୁସରଣ କରିବା ଉଚିତ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ