
ଗଞ୍ଜାମ, ୧୫ ମାର୍ଚ୍ଚ (ହି.ସ.)- ଗଞ୍ଜାମ ଜିଲ୍ଲାର ସମୁଦ୍ର ତଟବର୍ତି ଅଂଚଳ ଋଷିକୂଲ୍ୟା ମୁହାଣ ତଥା ପୋଡମପେଟା ଅଂଚଳର ବାଲୁକା ଶଯ୍ୟାରେ ଆଜି ସକାଳୁ ସମୁଦ୍ରରୁ ଶହ ଶହ ସଂଖ୍ୟାରେ ଅଲିଭରିଡଲେ କଇଁଛ ଆସି ଅଣ୍ଡାଦାନ କରିଛନ୍ତି । ଏହି ଅଣ୍ଡାଦାନ ସଂଖ୍ୟା ୮ରୁ ୧୦ ହଜାର ହେବ ବୋଲି ଜିଲ୍ଲା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଅଣ୍ଡା ଓ କଇଁଛର ସୁରକ୍ଷା ପାଇଁ ପ୍ରାୟ ୫ କି.ମି. ବ୍ୟାପୀ ବ୍ୟାରିକେଡ୍ କରାଯାଇଛି । ତେବେ ଆବଶ୍ୟକ ପଡିଲେ ଏହାର ସୀମାକୁ ଆହୁରି ବଢାଯିବ ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ କଇଁଛ ଅଣ୍ଡା ଦେବେ ବୋଲି ବନ ବିଭାଗ ପକ୍ଷରୁ ଆଶା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ