ପାରାବେଢ଼ା ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଜୟପୁର,୨୩ ମାର୍ଚ୍ଚ(ହି.ସ.) – ଜୟପୁର ପାରାବେଢ଼ା ଠାରେ ଦଣ୍ଡଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଏପ୍ରିଲ୍ ୧୨ ତାରିଖ ରବିବାର ଦିନ ଏହି ଯାତ୍ରାନେଇ ନିଷ୍ପତି ହୋଇଥିଲା। ଚଳିତ ବର୍ଷ କୋରାପୁଟ ଦଣ୍ଡକୁ ପାରାବେଢ଼ାରେ ଏହି ଦିନ ବିଜେ କରାଯିବ। ଉକ୍ତ ଦିନ ରାତ୍ରରେ ଝାଙ୍କରଦେଇ
ପାରାବେଢ଼ା ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


ଜୟପୁର,୨୩ ମାର୍ଚ୍ଚ(ହି.ସ.) – ଜୟପୁର ପାରାବେଢ଼ା ଠାରେ ଦଣ୍ଡଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଏପ୍ରିଲ୍ ୧୨ ତାରିଖ ରବିବାର ଦିନ ଏହି ଯାତ୍ରାନେଇ ନିଷ୍ପତି ହୋଇଥିଲା। ଚଳିତ ବର୍ଷ କୋରାପୁଟ ଦଣ୍ଡକୁ ପାରାବେଢ଼ାରେ ଏହି ଦିନ ବିଜେ କରାଯିବ। ଉକ୍ତ ଦିନ ରାତ୍ରରେ ଝାଙ୍କରଦେଇ ମନ୍ଦିର ପରିସରରେ ମା କାଳୀଙ୍କ ଆଳତୀ ହେବା ସହ ରାତ୍ରରେ ପୂଜାର୍ଚ୍ଚନା କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ରାତ୍ରରେ ପାରାବେଢ଼ା ଛକରେ ଦଣ୍ଡନାଚ ଅବସରରେ ଅପେରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଥିଲା। ଆଜିର ବୈଠକରେ ଶିବ ପ୍ରସାଦ ପଣ୍ଡା, ଧୃବ ଚରଣ ମହାନ୍ତି, ହରି ବରଡ଼, ପଂଚାନନ ନାୟକ, ଶିବ ପ୍ରସାଦ ତିଆଡ଼ି, ଜି.ସୂର୍ଯ୍ୟ ନାରାୟଣ ପାତ୍ର, ଜଗବନ୍ଧୁ ପଣ୍ଡା, ଆର୍ ବିନୋଦ ରେଡ଼ି, ରାଜେନ୍ଦ୍ର ପାଣିଗ୍ରାହୀ, ପବିତ୍ର କୁମାର ନାୟକ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ରାମ ପ୍ରସାଦ ପାଢ଼ୀ, ରାଜେନ୍ଦ୍ର କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande