ଛାତ ଉପର ଅଧାକାନ୍ଥ ଭୁଷୁଡି ଶିଶୁକନ୍ୟା ମୃତ, ମା ଝିଅ ଗୁରୁତର
ଭଦ୍ରକ, ୨୩ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଂଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି । ମାମୁଁ ଘରକୁ ଯାଇଥିବା ଶିଶୁ ଭାଣିଜୀର ମୃତ୍ୟ ହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଗ୍ରାମର ନାରାୟଣ ବେହେରା ନାମ
CHATA BHUSUDI SISHU KANYA MRUTA


ଭଦ୍ରକ, ୨୩ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଂଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି । ମାମୁଁ ଘରକୁ ଯାଇଥିବା ଶିଶୁ ଭାଣିଜୀର ମୃତ୍ୟ ହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଗ୍ରାମର ନାରାୟଣ ବେହେରା ନାମକ ଜଣେ ବ୍ୟକ୍ତିଙ୍କ କୋଠାଘର ଛାତ ଉପରେ ନିର୍ମିତ ଅଧାକାନ୍ଥ ଭୁଷୁଡ଼ି ପଡ଼ିବାରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା ଓ ବଡ଼ ଭଉଣୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ତିହିଡି଼ ଥାନା ଅଚକ ପଂଚାୟତ ଅଧୀନ ନନ୍ଦପୁର ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ସ୍ତ୍ରୀ ଭାରତୀ (୩୦) ବାପଘର କାଶୀପୁର ଗ୍ରାମକୁ ଯାଇଥିଲେ । ଭାରତୀଙ୍କ ୨ଝିଅ ପୂଜାରାଣୀ (୪) ଓ ଲିଜା (୨) ମାମୁଘର ସାମ୍ନାରେ ଘର ସାମ୍ନାରେ ଖେଳୁଥିଲେ । ତାଙ୍କ ମା ଭାରତୀ ସେଠାରେ ଠିଆ ହୋଇଥିଲେ । ଏହି ସମୟରେ ନାରାୟଣଙ୍କ ଘରର ଛାତ ଉପରେ ନିର୍ମିତ କାନ୍ଥ ଓ ଘରର କାନିସ ଭାଙ୍ଗି ତଳକୁ ଖସି ମା ଓ ୨ଝିଅଙ୍କ ଉପରେ ପଡ଼ିଥିଲା । ଯାହାଫଳରେ ସାନ ଝିଅ ଲିଜାର ମୃତ୍ୟୁ ଘଟିଥିବା ବେଳେ ଭାରତୀ ଓ ତାଙ୍କ ବଡ଼ ଝିଅ ପୂଜା ଗୁରୁତର ଆହତ ହୋଇଥିଲେ । ଗୁରୁତର ମା ଝିଅଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ତିହିଡି଼ ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କାନ୍ଥ ଭୁଷୁଡ଼ିବା ଯୋଗୁଁ ସେଠାରେ ଥୁଆ ହୋଇଥିବା ଏକ ବାଇକ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଜଣାଯାଇଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande