

ସମ୍ବଲପୁର,୨୩ ମାର୍ଚ୍ଚ(ହି.ସ.) – ଆଜି ମଧ୍ୟାହ୍ନ ଗୋଟାଏ ବେଳେ ସମ୍ବଲପୁରର ବରିଷ୍ଠ ବିଜ୍ଞାପନ ଅଧିକାରୀ ପ୍ରଭଞ୍ଜନ ବୈଠାରୁଙ୍କ ମାତୃ ବିୟୋଗ ଘଟିଛି। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୨ ତାରିଖ ବିଳମ୍ବିତ ରାତିରେ ତାଙ୍କ ବାପା ପି. କୃଷ୍ଣଚନ୍ଦ୍ର ବୈଠାରୁଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇ ଯାଇଥିଲା। ମାତ୍ର ୨୦ ଦିନ ବ୍ୟବଧାନରେ ଆଜି ମଳିପଡ଼ା ସ୍ଥିତ ନିଜ ବାସଭବନରେ ପ୍ରଭଞ୍ଜନଙ୍କ ମାଁ ଶୈରେନ୍ଦ୍ରୀ ବୈଠାରୁଙ୍କ ୮୧ ବର୍ଷ ବୟସରେ ଦୁଃଖଦ ପରଲୋକ ହୋଇଯାଇଛି। ବାପାଙ୍କ ପରେପରେ ହଠାତ୍ ମାଁ ଚାଲିଯିବା ଘଟଣା ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଦୁଃଖର ସାଗରରେ ଭସାଇ ଦେଇଛି। ଶୋକାକୂଳ ପରିବାରକୁ ସମବେଦନା ଜଣାଇବା ସହ ବହୁ ଆତ୍ମୀୟ ସ୍ୱଜନ ପରିଜନ ଓ ବିଭିନ୍ନ ବର୍ଗର ବ୍ଯକ୍ତି ବିଶେଷ ସୈରିନ୍ଦ୍ରୀଙ୍କ ମରଶରୀରକୁ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ଶେଷରେ ଏକ ଶୋଭାଯାତ୍ରାରେ ନିକଟସ୍ଥ ରାଜଘାଟକୁ ନିଆଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ