



ସମ୍ବଲପୁର,୨୩ ମାର୍ଚ୍ଚ(ହି.ସ.) – ଦୀର୍ଘ ୧୮ ଦିନ ଧରି ଚାଲିଥିବା ମହିଳାଙ୍କ ସୁହାଗ ଏବଂ ସମୃଦ୍ଧି, ଆସ୍ଥା ଏବଂ ବିଶ୍ୱାସର ମହାନ ପର୍ବ 'ଗଣ ଗୌର' ହର୍ଷ ଉଲ୍ଲାସର ସହ ସଂପନ୍ନ ହୋଇଯାଇଛି। ପାରମ୍ପରିକ ପରିଧାନ ପିନ୍ଧି ସଧବା ମହିଳା ମାନେ ମୋଟ ୧୬ ଗୋଟି କୂଅରୁ ପାଣି ସଂଗ୍ରହ କରି ଲୋକ ଗୀତ ମାଧ୍ୟମରେ ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ବହୁ ସଂଖ୍ୟାରେ ରାଜସ୍ଥାନୀ ଶ୍ରଦ୍ଧାଳୁ ମହିଳା ମାନେ ଏକତ୍ରିତ ହୋଇ ସନ୍ଧ୍ୟାରେ ଗୌରୀ ଓ ଶିବଙ୍କ ପ୍ରତିମା ବିସର୍ଜନ ସହ ବିଦାୟୀ ମେଲଣ ଦେଇଥିଲେ। ଏହି ଅବସରରେ ମୁଖ୍ୟତଃ ସଧବା ମହିଳା ଅଖଣ୍ଡ ସୌଭାଗ୍ୟବତୀ ଏବଂ କୁଆଁରୀ କନ୍ୟାମାନେ ମନ ପସନ୍ଦର ବର ପାଇଁ କାମନା କରିଥାନ୍ତି। ରାଜସ୍ଥାନୀ ଲୋକଙ୍କ ଗଣ ଗୌର ପୂଜା ଏକ ଆବଶ୍ୟକ ବୈବାହିକ ରୀତି ଭାବେ ମଧ୍ୟ ପ୍ରଚଳିତ ଅଟେ। ବାମରା ରେ ଲାଠ ପରିବାରରେ ଗଣଗୌର ସ୍ଥାପନା କରାଯାଇଛି,ଏଥିରେ ମହିଳା ଓ କନ୍ୟା ମାନେ ଏଥିରେ ଭାଗ ନେଇଥାନ୍ତି । ଗଣଗୌର ଆମର ସଂସ୍କୃତି ତଥା ପରମ୍ପରାର ପ୍ରତୀକ ବୋଲି ରାଧିକା ଲାଠ ଅଗ୍ରୱାଲ,ଜାଗୃତି ଲାଠ ପୋଦ୍ଦାର, ତନିଶା ଖଣ୍ଡେଲୱାଲ, ମାନସୀ ଖଣ୍ଡେଲୱାଲ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ