ଟ୍ରାକ୍ଟର ପଛପଟୁ ଧକ୍କା ଦେଲା ବାଇକ, ଜଣେ ମୃତ
ଜୟପୁର, ୨୫ ମାର୍ଚ୍ଚ (ହି.ସ.) - ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ ଫଳରେ ବାଇକ ଚାଳକ ଜଣକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଣୁଆଗୁଡା ଅଂଚଳର ମଧୁ ମୁଦୁଲି । ସୁଚନା ଅନୁଯାଇ କୁନ୍ଦୁରା ଥାନାର ବାଣୁଆଗୁଡା ଅଂଚଳର ତୁଳା ରାମ ମୁଦୁଲି ଜୟପୁର ସଦର ଥାନା ରେ ଲିଖତ ଅଭିଯୋଗ କରିଥିଲେ । ତାଙ୍କ ଭାଇ ମଧୁ ମୁ
ଟ୍ରାକ୍ଟକ ପଛପଟୁ ଧକ୍କା ଦେଲା ବାଇକ, ଜଣେ ମୃତ


ଜୟପୁର, ୨୫ ମାର୍ଚ୍ଚ (ହି.ସ.) - ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ ଫଳରେ ବାଇକ ଚାଳକ ଜଣକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଣୁଆଗୁଡା ଅଂଚଳର ମଧୁ ମୁଦୁଲି । ସୁଚନା ଅନୁଯାଇ କୁନ୍ଦୁରା ଥାନାର ବାଣୁଆଗୁଡା ଅଂଚଳର ତୁଳା ରାମ ମୁଦୁଲି ଜୟପୁର ସଦର ଥାନା ରେ ଲିଖତ ଅଭିଯୋଗ କରିଥିଲେ । ତାଙ୍କ ଭାଇ ମଧୁ ମୁଦୁଲି ଜୟପୁରରୁ କାମ ସାରି ବାଇକରେ ଘରକୁୁ ଫେରୁ ଥିବା ବେଳେ ଘାଟ ବାଗ୍ରା ନିକଟରେ ଠିଆ ହୋଇଥିବା ଡ୍ରାକ୍ଟରକୁ ପଛପଟେ ଧକ୍କା ଦେଇଥିଲେ । ଫଳରେ ମଧୁର ମୁଣ୍ଡରେ ଆଘାତ ଲାଗିଧିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande