ରାଇସ ମିଲ ମାନଙ୍କରୁ ବାହାରୁ ଥିବା ପାଉଁଶ ଯୋଗୁଁ ଲୋକେ ଅସୁବିଧା ର ସମ୍ମୁଖୀନ
ବଲାଙ୍ଗିର, 25 ମାର୍ଚ୍ଚ (ହି.ସ.) : ଟିଟିଲାଗଡ ବ୍ଲକ ବାଞ୍ଜିପଦର ପଞ୍ଚାୟତର ବେଲପଡ଼ା, ରିକଡୁଲ, ଜଗୁଆ ପଞ୍ଚାୟତର ମୀନାପାଲି ଜୋର କଡ଼ରେ ଗଦା ହୋଇଛି ରାଇସ ମିଲରୁ ବାହାରୁଥିବା ପୋଡ଼ା ପାଉଁଶ । ବାହାରେ ପଡ଼ି ରହିବା ଯୋଗୁଁ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କ ଆଖିରେ ସେହି ଗୁଣ୍ଡ ପଡ଼ିବାରୁ
ରାଇସ ମିଲ ମାନଙ୍କରୁ ବାହାରୁ ଥିବା ପାଉଁଶ ଯୋଗୁଁ ଲୋକେ  ଅସୁବିଧା ର ସମ୍ମୁଖୀନ


ବଲାଙ୍ଗିର, 25 ମାର୍ଚ୍ଚ (ହି.ସ.)

: ଟିଟିଲାଗଡ ବ୍ଲକ ବାଞ୍ଜିପଦର ପଞ୍ଚାୟତର ବେଲପଡ଼ା, ରିକଡୁଲ, ଜଗୁଆ ପଞ୍ଚାୟତର ମୀନାପାଲି ଜୋର କଡ଼ରେ ଗଦା ହୋଇଛି ରାଇସ ମିଲରୁ ବାହାରୁଥିବା ପୋଡ଼ା ପାଉଁଶ । ବାହାରେ ପଡ଼ି ରହିବା ଯୋଗୁଁ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କ ଆଖିରେ ସେହି ଗୁଣ୍ଡ ପଡ଼ିବାରୁ ଆଖିରେ ଯନ୍ତ୍ରଣା ତଥା ଗାଁ ନିକଟରେ ଥିବା ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଖାସ କରି ଝଡ ତୋଫାନ ହେଲେ କି ଜୋରରେ ପବନ ବହିଲେ ସେହି ପାଉଁଶ ଲୋକଙ୍କ ମୁହଁରେ ପଡୁଛି, ଯାହାକି ନିଶ୍ୱାସ ନେବା ଆଣିବାରେ ମଧ୍ୟ ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ରାଇସ ମିଲ ବାହାରେ ନିଜର ଜାଗା ଅଛି ବୋଲି କହୁଥିବା ବେଳେ ଖୋଲାରେ କିଭଳି ଏମିତି ପାଉଁଶ ଫିଙ୍ଗୁଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବାହାରେ ଖୋଲା ଖୋଲି ଫିଙ୍ଗିବା କଣ ନିୟମ ରହିଛି କି ? ଯଦି ସେ ପାଉଁଶ ପଡ଼ି କାହାର ଆଖିର ଅସୁବିଧା ହେବ କି ଯଦି ସେହି ପାଉଁଶ ପିଇବା ପାଣିରେ ପଡ଼ିଯାଏ କି ଖାଇବା ଖାଦ୍ୟରେ ପଡ଼ିଯାଏ ସେତେବେଳେ ଦାୟୀ କିଏ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରେ ପ୍ରଶାସନ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande