ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ଲୁକାଇଥିବା ପ୍ରତିଭାକୁ ଉଜାଗର କରିବାର ମଂଚ: କୁଳପତି ପ୍ରୋ. ଏନ.ସି. ପାଣ୍ଡା
ଜୟପୁର, ୨୫ ମାର୍ଚ୍ଚ (ହି.ସ.) - ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ବୁଧବାର ୨୫ ମାର୍ଚ୍ଚ ୨୦୨୬ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଭବ୍ୟ ଭାବେ ଆୟୋଜିତ ହୋଇଯାଇଛି । ଦିନଭରି ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜର ବିଭିନ୍ନ ପ୍ରତିଭା ପ୍ରଦର୍ଶନ କ
ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ଲୁକାଇଥିବା ପ୍ରତିଭାକୁ ଉଜାଗର କରିବାର ମଞ୍ଚ: କୁଳପତି ପ୍ରୋ. ଏନ.ସି. ପାଣ୍ଡା


ଜୟପୁର, ୨୫ ମାର୍ଚ୍ଚ (ହି.ସ.) - ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ବୁଧବାର ୨୫ ମାର୍ଚ୍ଚ ୨୦୨୬ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଭବ୍ୟ ଭାବେ ଆୟୋଜିତ ହୋଇଯାଇଛି । ଦିନଭରି ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜର ବିଭିନ୍ନ ପ୍ରତିଭା ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମକୁ ଭରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସେ କହିଥିଲେ, “ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ଲୁକାଇଥିବା ପ୍ରତିଭାକୁ ଉନ୍ମୋଚନ କରିବାର ଏକ ମଂଚ। ଛାତ୍ରଛାତ୍ରୀମାନେ ଖୁସି ରହିଲେ ବିଶ୍ୱବିଦ୍ୟାଳୟର ଉନ୍ନତି ହୁଏ। ପାଠ୍ୟକ୍ରମ ସହ ସଂସ୍କୃତିକ କାର୍ଯ୍ୟକଳାପକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆମର ଦାୟିତ୍ୱ।” ସେ ବିଶ୍ୱବିଦ୍ୟାଳୟର କର୍ମଚାରୀମାନଙ୍କ ପ୍ରତି ଧନ୍ୟବାଦ ବ୍ୟକ୍ତ କରି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନେଇ ଆଶା ବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସେଂଟର ଅଫ୍ ଏକ୍ସେଲେନ୍ସ ଫର୍ ଷ୍ଟଡିଜ୍ ଇନ୍ କ୍ଲାସିକାଲ୍ ଓଡିଆ (ସିଆଇଆଇଏଲ୍) ର ପୂର୍ବତନ ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ଶିକ୍ଷାବିଦ୍ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ। ସେ ବିଶ୍ୱବିଦ୍ୟାଳୟର ଶେଷ କିଛି ବର୍ଷର ଉନ୍ନତିକୁ ପ୍ରଶଂସା କରି କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗକୁ ସ୍ୱୀକାର କରିଥିଲେ। ସେ ନୂତନ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନର ଗୁରୁତ୍ୱ ଉଲ୍ଲେଖ କରି ଏହି ଉତ୍ସବକୁ ବିଶ୍ୱବିଦ୍ୟାଳୟର ପ୍ରଗତି ମାପିବାର ଏକ ମାଇଲଖୁଂଟ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ନେଭାଲ୍ ଆମ୍ୟୁନିସନ୍ ଡିପୋ (ଏନଏଡି), ସୁନାବେଡାର ମହାପ୍ରବନ୍ଧକ ମନମୋହନ ଗୋୟାଲ୍ ବିଶ୍ୱବିଦ୍ୟାଳୟ ପରିବାରକୁ ଅଭିନନ୍ଦନ ଜଣାଇ ସହଯୋଗ ଜାରି ରଖିବାର ଆଶ୍ୱାସନ ଦେଇଥିଲେ। ସେ କହିଥିଲେ, “ରକ୍ଷା ଓ ଶିକ୍ଷା ଏକାତ୍ମ ଭାବେ ଆଗକୁ ବଢ଼େ; ସିୟୁଓ ଓ ଏନଏଡି ଦେଶର ଉନ୍ନତି ପାଇଁ ମିଶି କାମ କରିବେ।” ବିଶ୍ୱବିଦ୍ୟାଳୟର ଅର୍ଥ ଅଧିକାରୀ ଦୁର୍ଯ୍ୟୋଧନ ସେଠୀ ଛାତ୍ରଛାତ୍ରୀଙ୍କ ସମଗ୍ର ଉନ୍ନତିରେ ସ୍ୱାସ୍ଥ୍ୟ ଓ ସୁସ୍ଥତାର ଗୁରୁତ୍ୱ ଉପରେ ଆଲୋକ ପାତ କରିଥିଲେ।

ବିଶ୍ୱବିଦ୍ୟାଳୟର କୁଳସଚିବ ଡା. ରାକେଶ କୁମାର ଲେଙ୍କା ଧନ୍ୟବାଦ ଜ୍ଞାପନ କରିଥିବା ବେଳେ, ଡିନ୍ ଷ୍ଟୁଡେଂଟସ୍ ୱେଲଫେୟାର୍ (କାର୍ଯ୍ୟବାହୀ) ଓ କାର୍ଯ୍ୟକ୍ରମର ସମନ୍ୱୟକ ଡା. ରମେନ୍ଦ୍ର କୁମାର ପାଢୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

ପରେ ବିଭିନ୍ନ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଓ ପଦକ ପ୍ରଦାନ କରାଯାଇଥିଲା। ଡା. ସୌରଭ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା।

ଏହି ଅବସରରେ କୋଟ୍ସ୍, କୋରାପୁଟର ନିର୍ଦ୍ଦେଶକ ପ୍ରଫେସର ପି.ସି. ମହାପାତ୍ର; ସୁନାବେଡା ନଗରପାଳିକାର ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର; ଏବଂ କୋବ୍ରା ବ୍ୟାଟାଲିଅନ୍ ର ସହାୟକ କମାଣ୍ଡାଂଟ ବିବେକ ରାଜବଂଶଙ୍କ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଫଳ ସଂଚାଳନ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର କରିଥିଲେ ବୋଲି ବିଶ୍ୱବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡା. ଫଗୁନାଥ ଭୋଇ ଜଣେଇଛନ୍ତି । ଏହି ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଓ ସମଗ୍ର ଉନ୍ନତି ପ୍ରତି ବିଶ୍ୱବିଦ୍ୟାଳୟର ଅଟୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande