୧୬ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହ ଉତ୍କଳଜ୍ୟୋତି ଗୟାଧର ଚିର ସ୍ମରଣୀୟ
ଭଦ୍ରକ, ୨୫ ମାର୍ଚ୍ଚ (ହି.ସ.) - ଉତ୍କଳଜ୍ୟୋତି ସ୍ୱାଧୀନତା ସଂଗ୍ରାମୀ ଗୟାଧର ବାରିକ ଗାନ୍ଧୀଜୀଙ୍କ ଆଦର୍ଶରେ ଉଦ୍ବୁଦ୍ଧ ହୋଇ ଉତ୍ସର୍ଗୀକୃତ ଭାବେ ଯେଉଁ ମହାନ୍ କାର୍ଯ୍ୟ କରିଯାଇଛନ୍ତି ତାହା ଚିର ସ୍ମରଣୀୟ। ସ୍ୱାଧୀନତା ପରବର୍ତୀ କାଳର ସମାଜସେବା କ୍ଷେତ୍ରରେ ସେ ଥିଲେ ପ୍ରଣମ୍ୟପୁରୁଷ ବୋଲି ସ୍ୱର୍ଗତ ବା
GAYADHAR BARIK SRADHANJALI SABHA


ଭଦ୍ରକ, ୨୫ ମାର୍ଚ୍ଚ (ହି.ସ.) - ଉତ୍କଳଜ୍ୟୋତି ସ୍ୱାଧୀନତା ସଂଗ୍ରାମୀ ଗୟାଧର ବାରିକ ଗାନ୍ଧୀଜୀଙ୍କ ଆଦର୍ଶରେ ଉଦ୍ବୁଦ୍ଧ ହୋଇ ଉତ୍ସର୍ଗୀକୃତ ଭାବେ ଯେଉଁ ମହାନ୍ କାର୍ଯ୍ୟ କରିଯାଇଛନ୍ତି ତାହା ଚିର ସ୍ମରଣୀୟ। ସ୍ୱାଧୀନତା ପରବର୍ତୀ କାଳର ସମାଜସେବା କ୍ଷେତ୍ରରେ ସେ ଥିଲେ ପ୍ରଣମ୍ୟପୁରୁଷ ବୋଲି ସ୍ୱର୍ଗତ ବାରିକଙ୍କ ୧୬ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ଅବସରରେ ବିଶିଷ୍ଟ ଗବେଷକ ଓ ସାହିତ୍ୟିକମାନେ ମତ ପ୍ରକାଶ କରିଛନ୍ତି । ଜିଲ୍ଲା ସଂସ୍କୃତି ଭବନ ପରିସରରେ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ଡ. ଭାଗବତ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ସମାଜସେବୀ ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା ଉତ୍ସବ ଉଦଘାଟନ କରିଥିଲେ।ମୁଖ୍ୟବକ୍ତା ସଂସ୍କୃତ ବିଶାରଦ ଡ଼. ସଦାନନ୍ଦ ଦୀକ୍ଷିତ ଯୋଗଦେଇ ସ୍ୱର୍ଗତ ବାରିକଙ୍କ ଆଦର୍ଶରେ ଆଜିର ଯୁବ ପୀଢ଼ି ଉଦବୁଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ। ବିଶିଷ୍ଟ ବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ଡ଼. ବ୍ରଜ ମୋହନ ମିଶ୍ର ଯୋଗଦେଇ ଗୟାଧର ବାରିକ ହେଉଛନ୍ତି ସନ୍ତାନ ଦଳର ସଦସ୍ୟ, ତାଙ୍କ ମା ହେଉଛନ୍ତି ଭାରତମାତା। ଭାରତ ମାତାର ସନ୍ତାନ ହେବା ପାଇଁ ସେ ଚରମ ତ୍ୟାଗ କରିଛନ୍ତି ବୋଲି କହିଥିଲେ।ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ଗୁଲ୍ମକୀ ଦଲୱାଜି ହବିବ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଯୋଗଦେଇ ସ୍ୱର୍ଗତ ବାରିକଙ୍କ ସ୍ମୃତି ଚାରଣ କରିଥିଲେ। ଅନୁଷ୍ଠାର ସଂପାଦକ ଉପେନ୍ଦ୍ର ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ, ଗୟାଧର ପଣ୍ଡା ମଂଚ ଆମନ୍ତ୍ରଣ, ଅଧ୍ୟାପକ ନାସିର ବକ୍ସ ଅତିଥି ପରିଚୟ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ହରେକୃଷ୍ଣ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।କବି ସଂଯୁକ୍ତା ବଳ ମାନପତ୍ର ପାଠ କରିଥିଲେ। ଗାନ୍ଧୀ ବାଳାଶ୍ରମର କୃତୀଛାତ୍ର ରାମଦାସ ମାଝୀ, ଭଦ୍ରକ ପୌରପାଳିକାର ସଫେଇ କର୍ମଚାରୀ ଲିଲି ନାୟକ, ଜିଲ୍ଲାର ଯୁବ କ୍ରିକେଟ ପ୍ରତିଭା ପୂଜାରାଣୀ ଦାସ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା। ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ ବାରିକଙ୍କ ସପରିବାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande