
ଭଦ୍ରକ, ୨୫ ମାର୍ଚ୍ଚ (ହି.ସ.) - ଓଡିଶା ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ୮୨ ତମ ପ୍ରତିଷ୍ଠା ଦିବସ ତଥା ୬୮ ତମ ବାର୍ଷିକ ଅଧିବେଶନରେ ପ୍ରଧାନଶିକ୍ଷକ ସରୋଜ କୁମାର ଓଝାଙ୍କୁ “ବିଶ୍ୱକର୍ମା ପ୍ରତିଭା ସମ୍ମାନ”ରେ ସମ୍ମାନୀତ କରାଯାଇଛି । ଶ୍ରୀ ଓଝା ପେଶାରେ ଶିକ୍ଷକତା ସାଙ୍ଗକୁ ନିଶାରେ ଲେଖନୀ ଚାଳନା କରି ଏକାଧାରରେ କବି, ଲେଖକ ତଥା ଜଣେ ପ୍ରକୃତିପ୍ରେମୀ ଭାବରେ ବେଶ୍ ଜଣାଶୁଣା । ଭୁବନେଶ୍ୱର ରେଡକ୍ରସ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଶ୍ରେଷ୍ଠ ଗାଳ୍ପିକ ଭାବରେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସମିତିର ଅଧ୍ୟକ୍ଷ ଇଂ ଯୁଗଳ କିଶୋର ମହାରଣାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇଥିଲେ।ପ୍ରଥମ ଅଧିବେଶନରେ ଦଶଜଣ ସୁନାମଧନ୍ୟ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ୬୮ ତମ ବାର୍ଷିକ ଅଧିବେଶନରେ ଶ୍ରୀ ଓଝାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମୋଟ ବାର ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ସଭାରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଇଂ ରାମକୃଷ୍ଣ ମହାରଣା, ଇଂ ଲମ୍ବୋଦର ମହାରଣା, ସିଦ୍ଧେଶ୍ୱର ବିନ୍ଧାଣୀ, ଗୋବିନ୍ଦ ଚନ୍ଦ୍ର ମହାରଣା, ରାମହରି ମହାରଣା ଓ ଇଂ ଅଭୟ ସୂତାର ପ୍ରମୁଖ ଉପସ୍ଥିତ ଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ