
ଜୟପୁର, ୨୫ ମାର୍ଚ୍ଚ (ହି.ସ.) - ଖୁଡୁଖୁଡି ଖେଳ ଚାଲୁଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରିଛି । ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଜୁଆ ଖେଳ ଚାଲୁଥିବା ସୁଚନା ପାଇ ଫାମ୍ପୁଣି ହରିଜନ ସାହିରେ ଚଢାଉ କରିଥିଲା । ପୋଲିସ କୁ ଦେଖି ଜୁଆଡ୍ଡି ମାନେ ଚମ୍ପଟ ମାରିଥିବା ବେଳେ ଜଣକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ୨୫୬୦ ଟଙ୍କା ଖୁଡୁ ଖୁଡି ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତ କୁ ନୋଟିସ ରେ ଛାଡିଥିବା ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି