ରବିନ୍ଦ୍ର ନଗର ସରକାରୀ ବିଦ୍ୟାଳୟ ନିକଟରେ ଚୋରା ମଦ କାରବାର ବନ୍ଦ କରିବାକୁ ଦାବୀପତ୍ର
ଭଦ୍ରକ, ୨୫ ମାର୍ଚ୍ଚ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଥାନା ଅଧିନସ୍ଥ ରବିନ୍ଦ୍ର ନଗର ବିଦ୍ୟାଳୟ ନିକଟରେ ଦିନକୁ ଦିନ ଅବାଧ ଚୋରା ମଦ କାରବାର ବଢି ବଢି ଚାଲିଛି। ଏହି ଚୋରା ମଦ ବେପାରୀ ମାନଙ୍କୁ ଏହି କାରବାର ବନ୍ଦ କରିବାକୁ ରବିନ୍ଦ୍ରନଗର ଗ୍ରାମବାସୀ ବହୁବାର ଅନୁରୋଧ କରିବା ପରେ ମଧ୍ୟ
ରବିନ୍ଦ୍ର ନଗର ସରକାରୀ ବିଦ୍ୟାଳୟ ନିକଟରେ ଚୋରା ମଦ କାରବାର ବନ୍ଦ କରିବାକୁ ଦାବୀପତ୍ର


ଭଦ୍ରକ, ୨୫ ମାର୍ଚ୍ଚ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଥାନା ଅଧିନସ୍ଥ ରବିନ୍ଦ୍ର ନଗର ବିଦ୍ୟାଳୟ ନିକଟରେ ଦିନକୁ ଦିନ ଅବାଧ ଚୋରା ମଦ କାରବାର ବଢି ବଢି ଚାଲିଛି। ଏହି ଚୋରା ମଦ ବେପାରୀ ମାନଙ୍କୁ ଏହି କାରବାର ବନ୍ଦ କରିବାକୁ ରବିନ୍ଦ୍ରନଗର ଗ୍ରାମବାସୀ ବହୁବାର ଅନୁରୋଧ କରିବା ପରେ ମଧ୍ୟ ଫଳ ଶୂନ । ଫଳରେ ରବିନ୍ଦ୍ର ନଗର ଗ୍ରାମବାସୀ ଧାମରା ଥାନାଧିକାରୀଙ୍କୁ ଏହି ଚୋରା ମଦ ବେପାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ଅନୁଯାଇ ଏହି ଗ୍ରାମର ପୂର୍ଣଚନ୍ଦ୍ର ଦଳେଇ, ଜଗନ୍ନାଥ ଦଳେଇ ଏବଂ ରାଜେଶ ଦଳେଇ ରବିନ୍ଦ୍ର ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଚୋରା ମଦ କାରବାର କରି ଆସୁଛନ୍ତି।ଫଳରେ ମଦୁଆ ମାନେ ବିଦ୍ୟାଳୟକୁ ଆସୁଥିବା କୁନୀକୁନୀ ପିଲା ମାନଙ୍କୁ ସବୁ ସମୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଦିନକୁ ଦିନ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ମଧ୍ୟ କମି ଯାଉଥିବା ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି। ତୁରନ୍ତ ଏହି ଚୋରା ମଦ ବେପାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରବିନ୍ଦ୍ର ନଗର ଗ୍ରାମର ମଂଟୁ ମାଇତି, ଆଶିଷ ମାହୁନ୍ତ, ଓମପ୍ରକାଶ ମାଇତି, ହରେକୃଷ୍ଣ ବେରା, ଆଶୁତୋଷ ପାଲ ଙ୍କ ସମେତ ଶତାଧିକ ବ୍ୟକ୍ତି ଲିଖିତ ଭାବେ ଧାମରା ଥାନାରେ ଏକ ଅଭିଯୋଗ ପ୍ରଦାନ କରିଛନ୍ତି।ଏଠାରେ ଉଲ୍ଲେଖ ଯୋଗ୍ୟ ଚାନ୍ଦବାଲି ଠାରେ ଅବକାରୀ ବିଭାଗର ଅଫିସ ଥିବା ସତ୍ୱେ ଷ୍ଟାଫ ଅଭାବରୁ ସବୁ ସମୟରେ ଚାନ୍ଦବାଲି ଭଳି ନଦୀନାଳ ଘେରା ଅଂଚଳକୁ ଯାଇ ଏହି ଚୋରା ମଦ ବେପାରିଙ୍କୁ ଧରିବା ସମ୍ଭବ ପର ହୋଇ ପାରୁନାହିଁ ବୋଲି ସଂପୃକ୍ତ ଅବକାରୀ ଅଧିକାରୀ ନିଜର ମତ ପୋଷଣ କରିଥିବା ବେଳେ ଏହି ଚୋରା ମଦ ବେପାରୀଙ୍କୁ ରୋକ ଦେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande